Categories: ଜାତୀୟ

୩୫ କୋଟି ଟଙ୍କାର ହେରୋଇନ୍‌ ଜବତ

ନୂଆଦିଲ୍ଲୀ,୭।୨: ସୀମାରୁ ଡ୍ରଗ୍ସ ଚୋରା ଚାଲାଣ ବନ୍ଦ ହେବାର ନାଁ ନେଉନାହିଁ। ଚୋରା ଚାଲାଣର ଏକ ପୁରୁଣା ମାମଲାର ଅନୁସନ୍ଧାନ କରିବାକୁ ଆସିଥିବା ପୋଲିସ, ଏସ୍‌ଓଜି ଏବଂ ବିଏସ୍‌ଏଫ୍‌ ଟିମ ଭାରତ-ପାକ ସୀମା ନିକଟରୁ ୧୫ କିଲୋଗ୍ରାମ ହେରୋଇନ ଜବତ କରିଛନ୍ତି। ବଜାରରେ ଏହାର ମୂଲ୍ୟ ୩୫ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଉଭୟ ଦେଶର ଅନ୍ତର୍ଜାତୀୟ ସୀମା ନିକଟରେ ଚୋରା ଚାଲାଣର ଏହା ପ୍ରଥମ ଘଟଣା ନୁହେଁ। ଅତୀତରେ ମଧ୍ୟ ଏହିପରି ଅନେକ ମାମଲା ନଜିର ରହିଛି।
ସୂଚନାନୁସାରେ, ପୋଲିସ,ଏସ୍‌ଓଜି ଏବଂ ବିଏସଏଫ ଟିମ୍‌ ଭାରତ-ପାକ ସୀମା ନିକଟ ପଞ୍ଚଲା ଗ୍ରାମରେ ପହଞ୍ଚି ଚୋରା ଚାଲାଣର ଏକ ପୁରୁଣା ମାମଲାର ଯାଞ୍ଚ କରିଥିଲେ। ଟିମ୍‌ ସହିତ ଚୋରା ଚାଲାଣ ପାଇଁ ପୂର୍ବରୁ ଗିରଫ ହୋଇଥିବା କମଲପ୍ରୀତ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ, ବୁଦା ଭିତରେ ଲୁଚି ରହିଥିବା ୧୫ କିଲୋଗ୍ରାମ ହେରୋଇନ ଜବତ କରାଯାଇଥିଲା। ଯେଉଁ ସ୍ଥାନରେ ହେରୋଇନ ସାମଗ୍ରୀ ମିଳିଥିଲା ସେହି ସ୍ଥାନ ଉଭୟ ଦେଶର ସୀମାଠାରୁ ୧୨୦୦ ମିଟର ଦୂରରେ ବୋଲି କୁହାଯାଉଛି। ଏ ବାବଦରେ ଚୋରା ଚାଲାଣକାରୀ କମଲପ୍ରୀତଙ୍କୁ ପଚରାଉଚରା ଆରମ୍ଭ କରିଛି।
ଗତ ବର୍ଷ ଜୁଲାଇ ୭ ରେ ବାରମାରେ ୨୨ କିଲୋଗ୍ରାମ ହେରୋଇନ ଜବତ ହୋଇଥିଲା। ଧରିଥିଲା।

Share