Categories: ଜାତୀୟ

ଧରାପଡିଲା ୯ ପାକିସ୍ତାନୀ ଡଙ୍ଗା: ସର୍ଚ୍ଚ ଅପରେସନ ଜାରି

ଅହମ୍ମଦାବାଦ,୧୧।୨: ଗୁଜୁରାଟର କଚ୍ଛ ଜିଲାରେ ଥିବା ଭାରତ-ପାକିସ୍ତାନ ସାମୁଦ୍ରିକ ସୀମାରେ ଗୁରୁବାର ସକାଳେ ସୀମା ସୁରକ୍ଷା ବାହିନୀ ନଅଟି ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗା ଜବତ କରିଛି। ହରାମି ନାଲା କ୍ରିକ ଅଞ୍ଚଳରେ ଏହି ଡଙ୍ଗା ଜବତ ହୋଇଥିବା ସୂଚନା ମିଳିଛି। ଜବତ ପରେ ପଡୋଶୀ ଦେଶରୁ ଆଉ କୌଣସି ଡଙ୍ଗା ଭାରତୀୟ ଜଳ ଭିତରକୁ ପ୍ରବେଶ କରିଛି କି ନାହିଁ ତାହା ଜାଣିବା ପାଇଁ ବିଏସଏଫ ଗଲ୍ଫ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।
ବିଏସଏଫର ଗୁଜୁରାଟ ସୀମାନ୍ତ ଇନ୍ସପେକ୍ଟର ଜେନେରାଲ ଜିଏସ ମଲିକ କହିଛନ୍ତି,ନିତ୍ୟ ପାଟ୍ରୋଲିଂ ସମୟରେ ବିଏସଏଫ କର୍ମଚାରୀମାନେ କ୍ୟାମେରା ସଜ୍ଜିତ ୟୁଏଭି (ମାନବ ବିହୀନ ଯାନ କିମ୍ବା ଡ୍ରୋନ) କୁ ଆକାଶକୁ ପଠାଇଥିଲେ। ୟୁଏଭି ମାଧ୍ୟମରେ, ହରାମି ନାଲା ଅଞ୍ଚଳରେ ନଅଟି ମତ୍ସ୍ୟଜୀବୀ ଡଙ୍ଗା ଦେଖିବାକୁ ମିଳିଥିଲା। ବିଏସଏଫ ପାଟ୍ରୋଲିଂ ଡଙ୍ଗା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ସେହି ଡଙ୍ଗାଗୁଡ଼ିକୁ ଜବତ କରିଛି। ଏହି ଡଙ୍ଗାରେ ଥିବା ଲୋକମାନେ ପାକିସ୍ତାନ ଆଡକୁ ପଳାଇଥିଲେ। ଏପର୍ଯ୍ୟନ୍ତ କୌଣସି ପାକିସ୍ତାନୀ ମତ୍ସ୍ୟଜୀବୀ ଧରାପଡି ନାହାଁନ୍ତି।

Share