Categories: ଜାତୀୟ

ଅନୁପ୍ରବେଶ ଉଦ୍ୟମ ପଣ୍ଡ,ବିଏସଏଫ ଆକ୍ରମଣରେ ପାକିସ୍ତାନୀ ନାଗରିକ ମୃତ

ନୂଆଦିଲ୍ଲୀ,୪।୮: ବଦଳୁ ନାହିଁ ପାକିସ୍ତାନର ପ୍ରକୃତି। ଭାରତ-ପାକିସ୍ତାନ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ପାକସ୍ତାନୀ ନାଗରିକ ବିଏସଏଫ ଯବାନଙ୍କ ଆକ୍ରମଣରେ ନିହତ ହୋଇଛନ୍ତି। ବିଏସଏଫ ଯବାନ ଭାରତ-ପାକିସ୍ଥାନ ସୀମାରେ ଥିବା ଅନୁପ୍ରବେଶକାରୀଙ୍କ ଉପରେ ୫ରାଉଣ୍ଡ ଗୁଳି ଚଳାଇଥିବା ବେଳେ ସେ ଭାରତ ସୀମାରେ ଥିବା ଫେସିଂ ଲାଇନକୁ କାଟିବାକୁ ଉଦ୍ୟମ କରୁଥିଲେ। ଏହାପରେ ସେ ଭାରତ ମଧ୍ୟକୁ ପ୍ରବେଶ କରିଥାଆନ୍ତେ। ବିଏସଏଫ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ଏହି ଘଟଣା ପରେ ସେମାନଙ୍କ ମଧ୍ୟରୁ ଏକ ଦଳ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିବେ।
ବିଏସଏଫ ଏହାର ବିଜ୍ଞପ୍ତିରେ କହିଛି ଯେ ଅଗଷ୍ଟ ୪ସକାଳ ୩ଟା ୫୦ରେ ବିଏସଏଫ କର୍ମଚାରୀମାନେ ବର୍ଡର ଆଉଟ ପୋଷ୍ଟ ଖାରଲା ବ୍ୟାରେଜରେ କିଛି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଥିଲେ। ଯେତେବେଳେ ଯେତେବେଳେ ଏହାକୁ ନିରିକ୍ଷଣ କରାଯାଇଥିଲା ଦେଖାଗଲା ଯେ ଜଣେ ବ୍ୟକ୍ତି ବାଡ କାଟି ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।
ଏହି ଘଟଣା ଦେଖି ସୁରକ୍ଷାକର୍ମୀ ପୋଷ୍ଟରେ ଥିବା ଯବାନ ଏହି ଅନୁପ୍ରବେଶକାରୀଙ୍କୁ ଟାର୍ଗେଟ କରି ୫ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଘଟଣା ପରେ, ଶୁକ୍ରବାର ସକାଳ ୮ଟାରୁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

Share