Categories: ଜାତୀୟ

ଝିଅର ଅଶ୍ଳୀଳ ଭିଡିଓ ପୋଷ୍ଟକୁ ବିରୋଧ କରିବାରୁ ଯବାନଙ୍କୁ ପିଟିପିଟି ହତ୍ୟା

ଅହମ୍ମଦାବାଦ୍‌,୨୭।୧୨: ଗୁଜରାଟର ନାଡିଆଦର ଚାକଲାସୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଝିଅର ଅଶ୍ଳୀଳ ଭିଡିଓ ପୋଷ୍ଟକୁ ବିରୋଧ କରିବାରୁ ସୀମା ସୁରକ୍ଷା ବାହିନୀ ଯବାନଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତ ଯବାନ ଜଣଙ୍କ ଭାନିପୁର ଗ୍ରାମରେ ଅନଲାଇନରେ ଭିଡିଓ ପୋଷ୍ଟ କରିଥିବା ଜଣେ ୧୫ ବର୍ଷର ବାଳକଙ୍କ ଘରକୁ ଯାଇଥିଲା। ସେଠାରେ ପୁଅର ପରିବାର ସେମାନଙ୍କୁ ଆକ୍ରମଣ କରିଥିଲେ।
ହତ୍ୟା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି। ବାଳକ ଜଣକ ଅନଲାଇନରେ ଯବାନଙ୍କ ଝିଅର ଏକ ଅଶ୍ଳୀଳ ଭିଡିଓ ପୋଷ୍ଟ କରିଥିଲେ। ଯାହା ପରେ ବିଏସଏଫ ଯବାନ ତାଙ୍କ ପରିବାର ସହିତ ପୁଅର ପରିବାର ସହ କଥା ହେବାକୁ ଯାଇଥିଲେ। କିନ୍ତୁବାଳକଙ୍କ ପରିବାର ପକ୍ଷରୁ ତାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଯବାନଙ୍କ ଜଣେ ପୁଅ ମଧ୍ୟ ଗୁରୁତର ଆହତ ହୋଇଥିଲେ। ତାଙ୍କ ପୁଅକୁ ଅହମ୍ମଦାବାଦସ୍ଥିତ ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ଯବାନ ଗତ ୨୮ ବର୍ଷ ଧରି ବିଏସଏଫରେ କାମ କରୁଥିଲେ।

Share