ଚଣ୍ଡଗଡ,୧୫।୭: ସୀମା ସୁରକ୍ଷା ବଳ (ବିଏସଏଫ୍) ପଞ୍ଜାବର ଅମୃତସର ନିକଟ ଅନ୍ତର୍ଜାତୀୟ ସୀମା ନିକଟରେ ଜଣେ ପାକିସ୍ତାନୀ ନାଗରିକଙ୍କୁ ଧରିଛି। ପାକିସ୍ତାନୀ ନାଗରିକ ଅନ୍ତର୍ଜାତୀୟ ସୀମା ପାର୍ କରି ଭାରତ ସୀମାକୁ ପଶି ଆସିଛନ୍ତି। ଯାଞ୍ଚ ସମୟରେ କୌଣସି ସନ୍ଦେହଜନକ ମିଳିନଥିବା ବେଳେ ତାଙ୍କୁ ପାକିସ୍ତାନ ସୁରକ୍ଷା ବାହିନୀ ହସ୍ତାନ୍ତର କରାଯାଇଛି।
ଅମୃତସର ଗ୍ରାମାଞ୍ଚଳର କାମୀରପୁରା ଗ୍ରାମ ନିକଟରେ ପାକିସ୍ତାନୀ ନାଗରିକ ଅନ୍ତର୍ଜାତୀୟ ସୀମା ପାର ହୋଇ ଭାରତ ସୀମାକୁ ପଶି ଆସିଥିଲେ। ବିଏସଏଫ୍ ଅଧିକାରୀମାନେ ବନ୍ଦୀ ହୋଇଥିବା ପାକିସ୍ତାନୀ ନାଗରିକଙ୍କୁ ପଚରାଉଚରା କରିଥିଲେ, ସେତେବେଳେ ସେ ଭୁଲରେ ସୀମା ପାର ହୋଇଯାଇଥିବା ଜଣାପଡିଛି। ଏହା ପରେ ତାଙ୍କୁ ପାକିସ୍ତାନୀ ରେଞ୍ଜର୍ସଙ୍କୁ ହସ୍ତାନ୍ତର କରାଯାଇଥିଲା।