ଅମୃତସର,୨୩।୧୨: ପଞ୍ଜାବର ଅମୃତସର ସେକ୍ଟରରେ ସୀମା ସୁରକ୍ଷା ବଳ (ବିଏସଏଫ)ର ଯବାନଙ୍କୁ ଏକ ବଡ଼ ସଫଳତା ପାଇଛନ୍ତି। ସୀମା ସୁରକ୍ଷା ବାହିନୀର ଯବାନମାନେ ପାକିସ୍ତାନୀ ଡ୍ରୋନକୁ ଭାରତ ସୀମା ନିକଟରେ ପୁଲମୋରନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଗୁଳି ଚଳାଇଥିଲେ। ଡ୍ରୋନକୁ ଜବତ କରି ଘଟଣାର ତଦନ୍ତ କରାଯାଉଛି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ମଧ୍ୟ କରାଯାଉଛି। ପାକିସ୍ତାନୀ ଡ୍ରୋନ ମାଧ୍ୟମରେ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଭାରତୀୟ ସୀମାରେ ଚୋରା ଚାଲାଣ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୮.୪୫ରେ ପାକିସ୍ତାନୀ ଡ୍ରୋନ ଅମୃତସର ନିକଟ ପୁଲମୋରନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ଡ୍ରୋନ ଦେଖିବା ମାତ୍ରେ ବିଏସଏଫ ଯବାନମାନେ ଏହା ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ।
ଦିନେ ପୂର୍ବରୁ ପାକିସ୍ତାନୀ ଡ୍ରୋନ ତରନ ଜିଲାର ଫିରୋଜପୁର ସେକ୍ଟରରେ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ବିଏସଏଫ ଯବାନମାନେ ଗୁଳି କରି ଏହାକୁ ତଳକୁ ଖସାଇଥିଲେ।