Categories: ବାଣିଜ୍ୟ

ବଜାରରେ ବିଏସ୍‌ଏଚ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୧।୮: ହୋମ୍‌ ଆପ୍ଲାଏନ୍ସ ଶିଳ୍ପରେ ଏକ ଗ୍ଲୋବାଲ ଲିଡର ବିଏସ୍‌ଏଚ୍‌ ହସ୍‌ଜରେଟ ଜିଏମ୍‌ବିଏଚ୍‌ର ଏକ ସହାୟକ କମ୍ପାନୀ ବିଏସ୍‌ଏଚ୍‌ ହୋମ ଆପ୍ଲାଏନ୍ସେସ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ମେଡ୍‌-ଇନ୍‌-ଇଣ୍ଡିଆ’ ବଶ୍‌ ଏବଂ ସାଇମେନ୍ସ ଫ୍ରଣ୍ଟ-ଲୋଡିଂ ୱାଶିଂ ମେଶିନ ରେଞ୍ଜର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ୯-୧୦ କେଜି ଲୋଡ୍‌କୁ ନିୟନ୍ତ୍ରଣ କରିବାର ଏକ କ୍ଷମତା, ଅତ୍ୟାଧୁନିକ ଶକ୍ତି ଦକ୍ଷତା ଓ ଟେକ୍ନୋଲୋଜି ସହ ଏହି ୱାଶିଂମେଶିନଗୁଡିକୁ ସମସ୍ତ ସଫେଇ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି। ସେହିଭଳି ସିଲ୍‌ଭର, ଡାର୍କ ଗ୍ରେ ଓ ଡାର୍କ ଲେକ୍‌ ଭଳି ଚମତ୍କାର ରଙ୍ଗରେ ଉପଲବ୍ଧ ଏହି ମେଶିନଗୁଡିକ କେବଳ ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରୁନାହାନ୍ତି ବରଂ ଆପଣଙ୍କର ଲଣ୍ଡ୍ରି ସ୍ପେଶ୍‌ରେ ବିଳାସପୂର୍ଣ୍ଣତାର ଏକ ସ୍ପର୍ଶ ଯୋଗ କରୁଛନ୍ତି। ଏହି ନୂଆ ରେଞ୍ଜର ବଶ୍‌ ଏବଂ ସାଇମେନ୍ସ ମେଶିନଗୁଡିକ ଏକ ଅତୁଳନୀୟ ସଫେଇ ଅନୁଭୂତି ପ୍ରଦାନ କରୁଛନ୍ତି, ଉତ୍କୃଷ୍ଟମାନର ପୋଷାକ ଯତ୍ନ ଓ ସୁବିଧାର ପ୍ରତିଶ୍ରୁତି ଦେଉଛନ୍ତି। ଜର୍ମାନ ଷ୍ଟାଣ୍ଡାର୍ଡର ଗୁଣବତ୍ତା ଓ ଡିଜାଇନ ସହ ନିର୍ମିତ ଏହି ‘ମେଡ୍‌ ଇନ୍‌ ଇଣ୍ଡିଆ’ ୱାଶିଂ ମେଶିନଗୁଡିକ ଅନ୍ତର୍ଜାତୀୟ ବେଞ୍ଚମାର୍କ ସହ ମେଳ ଖାଉଥିବା ନିର୍ଭରଯୋଗ୍ୟତା ଓ କାର୍ଯ୍ୟଦକ୍ଷତା ସୁନିଶ୍ଚିିତ କରୁଛନ୍ତି। ଏ ସମ୍ପର୍କରେ ବିଏସ୍‌ଏଚ୍‌ ହୋମ୍‌ ଆପ୍ଲାଏନ୍ସେସର ଏମ୍‌ଡି ଓ ସିଇଓ ସୈଫ୍‌ ଖାନ୍‌ କହିଛନ୍ତି, ମେକ୍‌-ଇନ୍‌-ଇଣ୍ଡିଆ-ଫର୍‌-ଇଣ୍ଡିଆ ପ୍ରତି ଆମର ଦୃଢ ପ୍ରତିବଦ୍ଧତାର ଅଂଶ ଭାବେ ଆମେ ଆମର ନୂତନ ରେଞ୍ଜ୍‌ର ଉଚ୍ଚ କ୍ଷମତାସମ୍ପନ୍ନ ଫ୍ରଣ୍ଟ ଲୋଡ୍‌ ୱାଶିଂ ମେଶିନର ଶୁଭାରମ୍ଭ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବଶ୍‌ ଫ୍ରଣ୍ଟ ଲୋଡିଂ ୱାଶିଂ ମେଶିନର ବଢୁଥିବା ଚାହିଦା ପୂରଣ କରିବା ପାଇଁ ଆମେ ଏକ ୨ୟ ଆସେମ୍ବ୍ଲି ଲାଇନ୍‌ ସହ ଚେନ୍ନାଇ ଫ୍ୟାକ୍ଟ୍ରିରେ ଆମର କ୍ଷମତାକୁ ଦୁଇ ଗୁଣ ବୃଦ୍ଧି କରିଛୁ। ସେହିଭଳି ଆମର ନୂଆ ୯କେଜି ଓ ୧୦କେଜି ବଶ୍‌ ଏବଂ ସାଇମେନ୍ସ ଫ୍ରଣ୍ଟ ଲୋଡ୍‌ ୱାଶିଂ ମେଶିନଗୁଡିକୁ ଭାରତୀୟ ପରିବାରଗୁଡିକର ବିବିଧ ଆବଶ୍ୟକତାକୁ ପୂରଣ କରିବା ପାଇଁ ଯତ୍ନର ସହ ନିର୍ମାଣ କରାଯାଇଛି, ଯାହା କପଡ଼ା ଯତ୍ନକୁ ବୈପ୍ଳବିକ କରିଛି।

Share