ବିଏସ୍‌କେୱାଇ ଆମ୍ବୁଲାନ୍ସ ଖତ ଖାଉଛି

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ରେଫର ଗରିବ ରୋଗୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ନୟାଗଡ଼ ଜିଲାକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି। ହେଲେ ନୟାଗଡ଼ ଜିଲାକୁ ଆସିଥିବା ବିଏସ୍‌କେୱାଇ ଆମ୍ବୁଲାନ୍ସ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌୍‌୍‌) ପରିସରରେ ୪ମାସ ହେଲା ପଡ଼ି ଖତ ଖାଉଛି। ବିଏସ୍‌କେୱାଇ ଆମ୍ବୁଲାନ୍ସରେ ଭେଣ୍ଟିଲେଟର, ଅକ୍ସିଜେନ, ଇନ୍‌ଭୋଟର ପରି ସେବାର ସୁବିଧା ଥିବାରୁ ଏହା ମିନି ଆଇସିୟୁର କାମ କରିଥାଏ। ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ବେସିକ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସରେ ମିଳିଥାଏ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ରାଶନ କାର୍ଡ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାଡର୍ର୍ର ହିତାଧିକାରୀମାନେ ରୋଗରେ ଆକ୍ରାନ୍ତ ହୋଇ ରେଫର ହେଲେ କଟକ, ଭୁବନେଶ୍ୱର ପରି ସରକାରୀ ଓ ବେସରକାରୀ ହସ୍ପିଟାଲକୁ ମାଗଣାରେ ବିଏସ୍‌କେୱାଇ ଆମ୍ବୁଲାନ୍ସରେ ଯାଇ ପାରିବେ। ହେଲେ ରେଫର ହେଉଥିବା ଗରିବ ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗ ବାଧକ ସାଜି ସେମାନଙ୍କୁ ଅଯଥାରେ ଖର୍ଚ୍ଚାନ୍ତ କରିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଏସ୍‌କେୱାଇ ଆମ୍ବୁଲାନ୍ସ ନେଇ ସଚେତନତା କରାଯାଉ ନ ଥିବାରୁ ରେଫର ରୋଗୀମାନେ ଏହାର ସୁବିଧା ନେଇ ପାରୁ ନାହାନ୍ତି। ବିଏସ୍‌କେୱାଇ ଆମ୍ବୁଲାନ୍ସ ଥାଇ ବି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗରିବ ରୋଗୀମାନେ ଅଯଥାରେ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର, କଟକ ପରି ଘରୋଇ ହସ୍ପିଟାଲକୁ ଯାଉଛନ୍ତି।

ପ୍ରତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ରହିବାକୁ ସରକାରଙ୍କ ନିୟମ ରହିଛି। ତେବେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ନ ଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ତାଲା ଝୁଲୁଛି। ଗୁରୁତର ରୋଗୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଗଲେ ହଇରାଣ ହିଁ ହଇରାଣ ହେବାକୁ ପଡୁଛି। ନିକଟରେ ବିଏମ୍‌ସି ହସ୍ପିଟାଲରୁ କ୍ୟାପିଟାଲ ହସ୍ପିଟାଲକୁ ୫ କିମି ରାସ୍ତା ଯିବା ପାଇଁ ଆଡଭାନ୍ସ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ ଯୋଗାଯାଇଛି। ପୁଣି କନ୍ଧମାଳରେ ୪, କୋରାପୁଟରେ ୪, ଖୋର୍ଦ୍ଧାରେ ୧, କ୍ୟାପିଟାଲ ହସ୍ପିଟାଲରେ ୩, ପୁରୀରେ ୪ ଅତ୍ୟାଧୁନିକ ଆମ୍ବୁଲାନ୍ସ ରହିଛି। ଏଭଳିସ୍ଥଳେ ନୟାଗଡ଼ରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ସ୍ବପ୍ନ ହୋଇ ରହିଥିଲା। ତେବେ ସରକାର ବିଏସ୍‌କେୱାଇ ଆମ୍ବୁଲାନ୍ସ ଯୋଗାଇବା ପରେ କାମରେ ନ ଲାଗିବା ସ୍ବାସ୍ଥ୍ୟ ବିଭାଗର ଅପାରଗତାକୁ ପଦାରେ ପକାଇଛି। ଏନେଇ ଉର୍ମିଳା ସାହୁ, ରମେଶ ଦଳେଇ, କାହ୍ନୁ ପରିଡ଼ା, ସସ୍ମିତା ରାଉତ ପ୍ରମୁଖ ରୋଗୀ କୁହନ୍ତି, ରୋଗୀ ବେସରକାରୀ ହସ୍ପିଟାଲକୁ ଯିବାକୁ ହଇରାଣ ହେଉଥିଲେ। ସାଧାରଣତଃ ଗରିବ ରୋଗୀ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ। ସରକାର ବିଏସ୍‌କେୱାଇ ଆମ୍ବୁଲାନ୍ସ ନୟାଗଡ଼ ଜିଲା ପାଇଁ ଯୋଗାଇ ଦେଇଥିଲେ ହେଁ ସ୍ବାସ୍ଥ୍ୟ ବିଭାଗ କାହିଁକି ବିଏସ୍‌କେୱାଇ ଆମ୍ବୁଲାନ୍ସକୁ ଖତ ଖୁଆଉଛି କାରଣ ବୁଝା ପଡୁନି। ବିଏସ୍‌କେୱାଇ ଆମ୍ବୁଲାନ୍ସ ଖତ ଖାଉଥିବାକୁ ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ ବିଭାଗ ରୋଗୀଙ୍କ ସୁବିଧା ପାଇଁ ପ୍ରାଧାନ୍ୟ ଦେଉ ନ ଥିବା ଜଣାପଡୁଛି। ତୁରନ୍ତ ବିଏସ୍‌କେୱାଇ ଆମ୍ବୁଲାନ୍ସ ରୋଗୀଙ୍କ ସେବାରେ ଲାଗୁ ବୋଲି କହିଥିଲେ। ନ ହେଲେ ଆନ୍ଦୋଳନ ହେବ ବୋଲି ସୂଚନା ଦେଇଛନ୍ତି।

ଡ୍ରାଇଭର ଓ ଗାଇଡ୍‌ଲାଇନକୁ ଅପେକ୍ଷା
ବିଏସ୍‌କେୱାଇ ଆମ୍ବୁଲାନ୍ସ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ୪ମାସ ହେଲା ରହି ଖତ ଖାଉଥିଲେ ହେଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିିଏମ୍‌ଓ) ରମାକାନ୍ତ ପଣ୍ଡା ସ୍ବୀକାର କରି ନାହାନ୍ତି । ସିଡିଏମ୍‌ଓଙ୍କ ସୂଚନା ଅନୁଯାୟୀ, ବିଏସ୍‌କେୱାଇ ଆମ୍ବୁଲାନ୍ସ ମଝିେରେ ମଝିରେ ରୋଗୀ ନେଇ ଯାଉଛିି । ବିଏସ୍‌କେୱାଇ ଆମ୍ବୁଲାନ୍ସ ବ୍ୟବହାର ନ କଲେ ନଷ୍ଟ ହେବା ଭୟରେ ବ୍ୟବହାର କରାଯାଉଛି । ଅନ୍ୟ ପକ୍ଷେ ବିଏସ୍‌କେୱାଇ ଆମ୍ବୁଲାନ୍ସ ପାଇଁ ଡ୍ରାଇଭର ପୋଷ୍ଟିଂ ହେବେ । ପୁଣି ବିଏସ୍‌କେୱାଇ ଆମ୍ବୁଲାନ୍ସର ସେବା କେଉଁମାନେ ନେଇ ପାରିବେ ସେନେଇ ଗାଇଡ୍‌ ଲାଇନ୍‌ ଆସି ନାହିଁ। ସରକାରଙ୍କଠାରୁ ସିଗ୍‌ନାଲ ପାଇବା ପରେ ତୁରନ୍ତ ବିଏସ୍‌କେୱାଇ ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୪ର୍ଥ ଥର ପାଇଁ ହାରିଲା ଚେନ୍ନାଇ, ପ୍ରିୟାଂଶ ସାଜିଲେ ପଞ୍ଜାବ ବିଜୟର ହିରୋ

ମୁଲାନପୁର,୮ା୪: ପ୍ରିୟାଂଶ ଆର୍ଯ୍ୟଙ୍କ ଧୂଆଁଦାର ଶତକ ବଳରେ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ୧୮ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ପରାସ୍ତ...

ଆରମ୍ଭ ହେଲା ଟାରିଫ୍‌ ଓ୍ବାର: ଚାଇନା ଉପରେ ୧୦୪% ଟାରିଫ୍‌ ଲଗାଇଲା ଆମେରିକା

ଓାଶିଂଟନ/ବେଜିଂ,୮।୪: ଚାଇନାକୁ ଶକ୍ତ ଝଟ୍‌କା ଦେଇଛନ୍ତି ଟ୍ରମ୍ପ ସରକାର। ଆମେରିକା ଆଜି ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇ ଦେଇଛି। ଏହି...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ଜାଣନ୍ତୁ କିଛି ରୋଚକ କଥା

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ସୋସିଆଲ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ...

ଜାଣିଛନ୍ତି କି? ଘରେ କେଉଁଠି ରଖିବେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକରାତ୍ମକ ଭାବନା ଜାଗ୍ରତ...

ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ; ଯେଉଁ କାମରେ ଯାଉଥିବ ତାହା…

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ...

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ର ସମ୍ପନ୍ନ, ଭକ୍ତଙ୍କ ପିଠିରେ ମାଁ ଆସ୍ଥାନକୁ ବିଜେ କଲେ

ଲାଞ୍ଜିଗଡ,୮/୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମାଁ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ମଙ୍ଗଳବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି I ଲାଞ୍ଜିଗଡ...

Swiggyରୁ ଅର୍ଡର କଲେ ମିଳିବ ୫୦୦ ଟଙ୍କା ରିହାତି! ଜାଣନ୍ତୁ କିଭଳି…

ନୂଆଦିଲ୍ଲୀ,୮।୪: Swiggy Instamart ରେ ଶପିଂ କରିବା ସମୟରେ ଆପଣ ୫୦୦ ଟଙ୍କାର ରିହାତି ପାଇପାରିବେ। ଶପିଂ କରିବା ସମୟରେ ଆପ୍‌ରେ Maxxsaver ବୈଶିଷ୍ଟ୍ୟ ସ୍ବୟଂଚାଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image