ପୁଣି ବଢ଼ିଲା ବିଏସ୍‌କେୱାଇ ନବୀନ କାର୍ଡ ଆବେଦନ ଅବଧି

ଭୁବନେଶ୍ୱର, ୨୯।୧(ଅସମାପିକା ସାହୁ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ନବୀନ କାର୍ଡ ପାଇଁ ଆବେଦନ ଅବଧିକୁ ପୁଣି ବୃଦ୍ଧି କରାଯାଇଛି। ଗ୍ରାମାଞ୍ଚଳର ପ୍ରତ୍ୟେକ ଯୋଗ୍ୟବ୍ୟକ୍ତି ଯେପରି ଏଥିରୁ ବଞ୍ଚତ୍ତ ନ ହେବେ, ତାହାକୁ ଦୃଷ୍ଟିରେ ରଖି ସରକାର ଦ୍ୱିତୀୟଥର ଅନ୍‌ଲାଇନ ଦରଖାସ୍ତ ପଞ୍ଜୀକରଣ ସମୟସୀମାକୁ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ବଢ଼ାଇଥିବା ରବିବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଏଥିପାଇଁ ଗ୍ରାମାଞ୍ଚଳ ଏବଂ ପଞ୍ଚାୟତସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ବିଏସ୍‌କଓ୍ବୋଇ ନବୀନ କାର୍ଡ ଲାଗି ଗତ ୬ତାରିଖରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ଏହା ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଜନସାଧାରଣଙ୍କଠାରୁ ମିଳିଥିବା ମତାମତକୁ ବିଚାର କରି ରାଜ୍ୟ ସରକାର ଅନ୍‌ଲାଇନ ଦରଖାସ୍ତ ପଞ୍ଜୀକରଣ ସମୟସୀମାକୁ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏବେ ପୁଣିଥରେ ସମୟସୀମା ବୃଦ୍ଧି କରାଯାଇଥିବାରୁ ବଞ୍ଚତ୍ତ ହିତାଧିକାରୀ ଆବେଦନ କରିବାକୁ ସୁଯୋଗ ପାଇବେ। ଏଠାରେ ଉଲ୍ଲେଖଯୋଗ୍ୟ, ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ଯୋଗ୍ୟ ବିବେଚିତ ହିତାଧିକାରୀମାନେ ଚଳିତବର୍ଷ ମେ’ ଠାରୁ ତାଲିକାଭୁକ୍ତ ଘରୋଇ ହସ୍ପିଟାଲଗୁଡିକରେ ନିର୍ଦ୍ଧାରିତ ରୋଗଗୁଡିକର ଚିକିତ୍ସା ସୁବିଧା ପାଇବେ। ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡଖଣ୍ଡ ନା ଦିଲ୍ଲୀ…ରଘୁବରଙ୍କୁ ବଡ଼ ଦାୟିତ୍ୱ!

ନୂଆଦିଲ୍ଲୀ,୨୫।୧୨: ଓଡିଶାରେ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସଙ୍କୁ ନେଇ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଏନେଇ ଅନେକ ରାଜନୈତିକ...

ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ୍, ଦାବି କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୧୨: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ସେହିପରି ବିହାର ମୁଖ୍ୟମନ୍ତ୍ରୀ...

ସ୍ତ୍ରୀକୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ବାମୀ

କଟକ, ୨୫।୧୨: ସ୍ତ୍ରୀକୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ବାମୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ଘଟିଛି କଟା ଜିଲା ଲାଲ୍‌ବାଗ...

ଶ୍ରୀଜିଉଙ୍କୁ ଦର୍ଶନ କଲେ ବିଦାୟୀ ରାଜ୍ୟପାଳ, କହିଲେ ମହାପ୍ରଭୁଙ୍କ ଯୋଗୁ ମୁଁ ଓଡ଼ିଶାର ସେବା…

ପୁରୀ,୨୫ା୧୨: ରାଜ୍ୟପାଳ ପଦରୁ ମଙ୍ଗଳବାର ଇସ୍ତଫା ଦେଇଥିବା ରଘୁବର ଦାସ ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ମହାପ୍ରଭୁଙ୍କ...

ଏମିତି ବି ଆସେ ମୃତ୍ୟୁ: ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଚାଲିଗଲା ସ୍ତ୍ରୀଙ୍କ ଜୀବନ

ନିଶ୍ଚିନ୍ତକୋଇଲି, ୨୫ା୧୨(ଅଶୋକ କୁମାର ମହାପାତ୍ର): ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଚାଲିଗଲା ସ୍ତ୍ରୀଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ମାହାଙ୍ଗା...

ଫାଣ୍ଡି ଅଧିକାରୀ ନିଲମ୍ବିତ

ଜଳେଶ୍ୱର,୨୫ା୧୨(ନବୀନ ସାହୁ): ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ଯୁବକଙ୍କୁ ବାଡ଼େଇ ବାଡ଼େଇ ମାରିଦେବା ଘଟଣାରେ ଦାୟିତ୍ୱରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଜିଲା ସାର୍ଥା ଫାଣ୍ତି...

ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ବଡ଼ ସୂଚନା: ଦ୍ବିତୀୟ କିସ୍ତିରେ ଏମାନଙ୍କୁ ମିଳିବ…

ଭୁବନେଶ୍ୱର,୨୫।୧୨: ସୁଶାସନ ଦିବସ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚରେ ମିଳିବ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା।...

ମନମୋହନଙ୍କୁ କଡ଼ା ଟାର୍ଗେଟ୍‌ କଲେ ପ୍ରସନ୍ନ ଆଚାର୍ଯ୍ୟ, କହିଲେ ଚିଟ୍‌ଫଣ୍ଡ୍‌ କଥା ବିଚାର କରୁକରୁ ସରକାରଙ୍କ…

ଭୁବନେଶ୍ୱର,୨୫ା୧୨: ଚିଟ୍‌ଫଣ୍ଡ୍‌ ଟଙ୍କା ଫେରସ୍ତ ନେଇ ଦେଇଥିବା ମନ୍ତବ୍ୟ ଉପରେ ମନମୋହନଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ପୂର୍ବ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri