Categories: ବାଣିଜ୍ୟ

ଆଜି ଖୋଲିବ ବିଏସ୍‌ଏଲ୍‌ର ଆଇପିଓ

ନୂଆଦିଲ୍ଲୀ,୨୯।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବାୱେଜା ଷ୍ଟୁଡିଓଜ ଲିମିଟେଡ (ବିଏସ୍‌ଏଲ୍‌)ର ଇନିସିଆଲ ପବ୍ଲିକ ଅଫର (ଆଇପିଓ) ୨୦୨୪ ଜାନୁଆରୀ ୨୯ରେ ଖୋଲିବ ବୋଲି ବିଏସ୍‌ଏଲ୍‌ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ର ନିର୍ମାଣ ଏବଂ ନବୋନ୍ମେଷୀ କାହାଣୀ ଉପସ୍ଥାପନ କ୍ଷେତ୍ରରେ ଚମତ୍କାର ଗୁଣବତ୍ତା ପ୍ରଦର୍ଶନ କରିବାରେ ସୁପରିଚିତ ତଥା ଏ କ୍ଷେତ୍ରରେ ପରମ୍ପରାଗତ କଣ୍ଟେଣ୍ଟ ପ୍ରସ୍ତୁତକାରୀ ଷ୍ଟୁଡିଓ ବିଏସ୍‌ଏଲ୍‌ ତା’ର ଏସ୍‌ଏମ୍‌ଇ ପବ୍ଲିକ ଇସ୍ୟୁରୁ ୯୭.୨୦କୋଟି ଟଙ୍କା ସଂଗ୍ରହ ନିମନ୍ତେ ଯୋଜନା କରୁଛି। ଏପରିକି କମ୍ପାନୀ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ଏମର୍ଜ ପ୍ଲାଟଫର୍ମରେ ମଧ୍ୟ ତା’ର ପବ୍ଲିକ ଇସ୍ୟୁ ଜାରି କରିବାକୁ ଅନୁମୋଦନ ହାସଲ କରିଛି। ଏହି ପବ୍ଲିକ ଇସ୍ୟୁ ସବସ୍କ୍ରିପସନ ଚଳିତ ବର୍ଷ ଜାନୁଆରୀ ୨୯ରୁ ଆରମ୍ଭ ହୋଇ ୨୦୨୪ ଫେବୃଆରୀ ୧ରେ ବନ୍ଦ ହେବ।

Share