ନୂଆଦିଲ୍ଲୀ,୭।୭: ବିଏସ୍ଏନ୍ଏଲ୍ ଆଣିଛି ନୂଆ ପ୍ଲାନ। ମାତ୍ର ୫୯୯ ଟଙ୍କାରେ ଗ୍ରାହକମାନେ ପାଇବେ ଅନ୍ଲିମିଟେଡ୍(ଅସୀମିତ) ଭଏସ୍ କଲିଂ ସହ ପ୍ରତିଦିନ ୫ ଜିବି ହାଇସ୍ପିଡ୍ ଡାଟା। ଏହାର ଭାଲିଡିଟି ୯୦ ଦିନ ରହିବ। ପ୍ଲାନକୁ ଓ୍ବାର୍କ ଫ୍ରମ ହୋମ୍ ପ୍ଲାନ୍ ଭାବେ କମ୍ପାନୀ ଛାଡ଼ିଛି। ଏଥିରେ ଗ୍ରାହକଙ୍କୁ ଦିନକୁ ୧୦୦ ଏସ୍ଏମ୍ଏସ୍ର ସୁବିଧା ବି ମିଳିବ।
କେବଳ ଆଣ୍ଡାମାନ-ନିକୋବର ଏବଂ ଜମ୍ମୁ-କଶ୍ମୀରକୁ ଛାଡ଼ି ବାକି ସବୁ ସ୍ଥାନରେ ଏହି ପ୍ୟାକ୍ର ସୁବିଧା ଗ୍ରାହକ ଉଠାଇପାରିବେ। ବିଏସ୍ଏନ୍ଏଲ୍ର ଏହି ପ୍ରିପେଡ୍ ପ୍ଲାନରେ ଗ୍ରାହକଙ୍କୁ ଅନ୍ଲିମିଟେଡ୍ ଲୋକାଲ, ଏସ୍ଟିଡି ଏବଂ ରୋମିଂ କଲ୍ ମିଳିବ। କେବଳ ୨୫୦ ମିନିଟ୍ ଆଉଟଗୋଇଙ୍ଗ ଲିମିଟ୍ ରହିବ। କଲିଂ ବ୍ୟତିତ ଗ୍ରାହକମାନେ ଡାଟା ଏବଂ ଏସ୍ଏମ୍ଏସ୍ର ସୁବିଧା ମଧ୍ୟ ପାଇପାରିବେ।
ଏହି ପ୍ୟାକ୍କୁ ଆକ୍ଟିଭେଟ୍ କରିବା ପାଇଁ ଗ୍ରାହକ ବିଏସ୍ଏନ୍ଏଲ୍ର ଓ୍ବେବ୍ସାଇଟ୍ ଯାଇପାରିବେ। ନଚେତ ଏସ୍ଟିଭି କମ୍ବୋ୫୦୦(STV COMBO୫୯୯) ଲେଖି ୧୨୩କୁ ମେସେଜ୍ କରିପାରିବେ। ଏହାଦ୍ୱାରା ସ୍ବତଃପ୍ରବୃତ ଭାବେ ରିଚାର୍ଜ ହୋଇଯିବ।