ନୂଆଦିଲ୍ଲୀ,୩।୭: ଭାରତ ସଂଚାର ନିଗମ ଲିମିଟେଡ୍(ବିଏସ୍ଏନ୍ଏଲ୍) ଏକ ନୂଆ ପ୍ଲାନ ଆଣିଛି। ୬୦୦ ଦିନ ଭ୍ୟାଲିଡିଟି(ବୈଧତା) ଥିବା ଏହି ପ୍ଲାନର ମୂଲ୍ୟ ରହିଛି ୨,୩୯୯ ଟଙ୍କା। ଏହାଛଡ଼ା କମ୍ପାନୀ ତାମିଲନାଡ଼ୁ ଏବଂ ଚେନ୍ନାଇରେ ୧୪୯ ଟଙ୍କା ଏବଂ ୭୨୫ ଟଙ୍କାର ପ୍ଲାନକୁ ବନ୍ଦ କରିଦେଇଛି।
୨୩୯୯ ଟଙ୍କାର ପ୍ଲାନରେ ପ୍ରତିଦିନ ଅସୀମିତ ଭଏସ୍ କଲ୍(ଏଫ୍ୟୁପି ୨୫୦ ମିନିଟ୍) ଏବଂ ୧୦୦ ଏସ୍ଏମ୍ଏସ୍ ଦିଆଯିବ। ଏଥିସହ ଗ୍ରାହକମାନେ ବ୍ୟକ୍ତିଗତ ରିଙ୍ଗ ବ୍ୟାକ୍ ଟୋନ୍ ମଧ୍ୟ ପାଇପାରିବେ। ହେଲେ ଏହି ରିଚାର୍ଜ ସୁବିଧା କେବଳ ୬୦ ଦିନ ମିଳିବ। ଏଥିରେ ଡାଟା ସୁବିଧା ପ୍ରଦାନ କରାଯାଇନାହିଁ। କାରଣ କେବଳ କଲିଂ ସୁବିଧା/ସମର୍ଥନକୁ ଦୃଷ୍ଟିରେ ରଖି ବଜାରକୁ ଅଣାଯାଇଛି।