Categories: ଜାତୀୟ

ବିଏସ୍‌ପିର ୯ ବିଦ୍ରୋହୀ ବିଧାୟକ ଏସ୍‌ପିରେ ହୋଇପାରନ୍ତି ସାମିଲ

ଲକ୍ଷ୍ନୌ,୧୫।୬: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ରାଜନୈତିକ ସରଗରମ ଦେଖାଦେଇଛି। ବିଭିନ୍ନ ରାଜନୈତିକ ଦଳ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ସହ ଦଳ ପରିବର୍ତ୍ତନ ଓ ମିଶ୍ରଣ ପର୍ବ ଚାଲିଛି। ଇତିମଧ୍ୟରେ ବହୁଜନ ସାମଜ ପାର୍ଟି(ବିଏସ୍‌ପି)ରେ ଏବେ ବିଦ୍ରୋହ ଦେଖାଦେଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମାୟାବତୀଙ୍କ ଦଳର ୯ଜଣ ବିଧାୟକ ଏବେ ବିଦ୍ରୋହକୁ ଓହ୍ଲାଇଛନ୍ତି। ଏହି ବିଦ୍ରୋହୀ ବିଧାୟକମାନେ ଲକ୍ଷ୍ନୌ ସ୍ଥିତ ସମାଜବାଦୀ ପାର୍ଟି(ଏସ୍‌ପି) କାର୍ଯ୍ୟାଳୟରେ ଅଖିଳେଶ ଯାଦବଙ୍କୁ ସାକ୍ଷାତାକର କରିଥିବା ଜଣାପଡ଼ିଛି। କୁହାଯାଉଛି, ଏହି ବିଧାୟକମାନେ ଖୁବ୍‌ଶୀଘ୍ର ଏସ୍‌ପିରେ ସାମିଲ ହୋଇପାରନ୍ତି। ତେବେ ସାକ୍ଷାତକାର ସମୟରେ ଏହି ୯ବିଦ୍ରୋହୀ ବିଧାୟକ ଓ ଅଖିଳେଶଙ୍କ ମଧ୍ୟରେ ୨୦୨୨ ବିଧାନସଭା ନିର୍ବାଚନକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।

Share