Categories: ଜାତୀୟ

ବିଏସପି-କଂଗ୍ରେସକୁ ଅଖିଳେଶଙ୍କ ପ୍ରଶ୍ନ: ‘ଲଢେଇ ଆମ ସହ ନା ଭାଜପା ସହ’

ଲକ୍ଷ୍ନୌ,୧।୮: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ରବିବାର ୨୦୨୨ ବିଧାନସଭା ନିର୍ବାଚନ ପାଇଁ ନିଜ ମତ ସ୍ପଷ୍ଟ କରିଛନ୍ତି। ଏଥର ନିର୍ବାଚନରେ ଏସପି କୌଣସି ପ୍ରମୁଖ ଦଳ ସହ ଜଡିତ ହେବ ନାହିଁ ବୋଳି ସେ କହିଛନ୍ତି। ଏହାସହ ସେ ବିଏସପି-କଂଗ୍ରେସକୁ ପ୍ରଶ୍ନ କରି କହିଛନ୍ତି ତୁମର ଲଢେଇ ଆମ ସହ ନା ଭାଜପା ସହ ଆଗରୁ ସ୍ପଷ୍ଟ କରନ୍ତୁ। ସେ କହିଛନ୍ତି ଯେ, ୟୁପି ନିର୍ବାଚନ ପାଇଁ ଏସପି ସମସ୍ତ ଛୋଟ ଦଳକୁ ଏକାଠି କରିବାକୁ ଚେଷ୍ଟା କରୁଛି ଯାହା ଦ୍ୱାରା ଭାଜପାକୁ ସହଜରେ ପରାସ୍ତ କରିହେବ। ଭାଜପା ବିରୋଧରେ ଏକଜୁଟ ହେବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।

Share