Categories: ଜାତୀୟ

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ବିଏସପି ତିନି ଜଣ ପ୍ରାର୍ଥୀଙ୍କୁ ସ୍ଥାନ ଦେଇଛି। ରାଏବରେଲି, ଆମ୍ବେଡକରନଗର ଏବଂ ବହରାଇଚ ଲୋକ ସଭା ଆସନର ନାମ ବିଏସପି ତାଲିକାରେ ଅନ୍ତର୍ଭୁକ୍ତ ଏବଂ ବିଏସପି ଏହି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ବିଏସପି ରାଏବରେଲି ଲୋକ ସଭା ଆସନରୁ ଠାକୁର ପ୍ରସାଦ ଯାଦବଙ୍କୁ ମଇଦାନକୁ ଓହ୍ଲାଇଥିବା ବେଳେ ଆମ୍ବେଡକରନଗର ଆସନରୁ କମାର ହୟାତ୍‌ ଅନସାରୀଙ୍କୁ ଦଳ ଟିକେଟ ଦେଇଛି। ଏହା ବ୍ୟତୀତ ବିଏସପି ବ୍ରିଜେଶ କୁମାର ସୋନକରଙ୍କୁ ବହରାଇଚ ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି।

Share