Categories: ଜାତୀୟ

ପୁତୁରା ଆକାଶ ଆନନ୍ଦଙ୍କୁ ମାୟାବତୀଙ୍କ ବଡ ଉପହାର

ଲକ୍ଷ୍ନୌ,୨୮ ।୩: ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ରବିବାର ଦିନ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ଜାତୀୟ ସଂଯୋଜକ ଓ ଭାଇ ଆନନ୍ଦ କୁମାରଙ୍କୁ ଜାତୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିବାକୁ ଘୋଷଣା କରିଛନ୍ତି । ଆକାଶ ଆନନ୍ଦଙ୍କ ନିଯୁକ୍ତିକୁ ବହୁ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଏହା କାର୍ଯ୍ୟକାରୀ କରାଯାଇଛି ।
ମାୟାବତୀଙ୍କ ସାନ ଭାଇ ଆନନ୍ଦ କୁମାରଙ୍କ ବଡ ପୁଅ ଆକାଶ ମାୟାବତୀଙ୍କ ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ଲାଇମଲାଇଟକୁ ଆସିଥିଲେ । ପରେ ମାୟାବତୀ ଘୋଷଣା କରିଥିଲେ କି ଆକାଶ ଦଳରେ ଯୋଗଦେବେ ଓ ରାଜନୀତିର ଆଭିମୁଖ୍ୟକୁ ବୁଝିବେ । ମାୟାବତୀଙ୍କୁ ଟୁଇଟରରେ ଆଣିବାର ଶ୍ରେୟ ବି ଆକାଶଙ୍କୁ ଦିଆଯାଇଥାଏ । ଏବେ ଆକାଶଙ୍କ ଉପରେ ବଡ ଦାୟିତ୍ୱ ଦେଇଛନ୍ତି ମାୟାବତୀ ।

Share