Categories: ଜାତୀୟ

ମାୟାବତୀଙ୍କ ବଡ ନିଷ୍ପତ୍ତି

ଲକ୍ଷ୍ନୌ,୧୯।୪: ଉତ୍ତର ପ୍ରଦେଶରେ ନଗର ନିଗମ ନିର୍ବାଚନକୁ ନେଇ ରାଜନୀତି ହୋଇଛି ସରଗରମ। ପ୍ରତି ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଫାଇନାଲ କରିବା ସହ ପ୍ରଚାର ଅଭିଯାନ ଯୋରଦାର କରିଛନ୍ତି। ହେଲେ ଏହାରି ଭିତରେ ବିଏସପି ମୁଖ୍ୟ ମାୟାବତୀ ଚମକାଇବା ଭଳି ଏକ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି କି ଏବେ ଏହାର ସିଧାସଳଖ ଲାଭ ଅଖିଳେଶ ଯାଦବଙ୍କୁ ମିଳିପାରେ।

ମିଳିଥିବା ସୂଚନା ଅନୁଯାୟୀ, ଏଥର ନଗର ନିଗମ ନିର୍ବାଚନରେ ମାୟାବତୀ ନିର୍ବାଚନ ପ୍ରଚାର କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାର ସିଧାସଳଖ ଲାଭ ସମାଜବାଦୀ ପାର୍ଟି ନେଇପାରେ ବୋଲି କୁହାଯାଉଛି। କୋଲକାତା ଅଧିବେଶନ ପରେ ଦଳର ଗୁରୁତ୍ୱପୂର୍ଣ୍ଣ ଫୋକସ ଅନୁସୂଚିତ ଜାରିର ଭୋଟରଙ୍କ ଉପରେ ରହିଛି। ଏଥିପାଇଁ ଦଳ ଗୁରୁତ୍ୱପୂର୍ଣ୍ଣ ରଣନୀତି ଉପରେ କାମ କରୁଛି। ଏପଟେ ଭିମ ଆର୍ମି ଚିଫ ଚନ୍ଦ୍ରଶେଖର ଆଜାଦ ବି ସପା ସହ ନଜର ଆସିଛନ୍ତି, ଏହି କାରଣରୁ ସପାର ଚେଷ୍ଟା ସଫଳ ହେବାର ସମ୍ଭାବନା ରହିଛି।

Share