Categories: ଜାତୀୟ

ମାୟାବତୀ ଘୋଷଣା କଲେ ନିଜର ଉତ୍ତରାଧିକାରୀ, ଜାଣନ୍ତୁ ଆକାଶ ଆନନ୍ଦ କିଏ…

ଲକ୍ଷ୍ନୌ,୧୦।୧୨: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଦଳର ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ତାଙ୍କ ପରେ ପୁତୁରା ଆକାଶ ଆନନ୍ଦ ହିଁ ଦଳର ଦାୟିତ୍ୱ ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

ତେବେ ଆକାଶ ଏବେ ବିଏସ୍‌ପିର ଜାତୀୟ ସଂଯୋଜକ ଅଛନ୍ତି। ସେ ଲଣ୍ଡନରୁ ନିଜର ଉଚ୍ଚଶିକ୍ଷା(ଏମ୍‌ବିଏ) ହାସଲ କରିଥିଲେ। ୨୦୧୭ରେ ସେ ରାଜନୀତିରେ ପାଦ ରଖିଥିଲେ। ସେତେବେଳେ ସେ ୟୁପିର ସାହାରନପୁରରେ ମାୟାବତୀଙ୍କ ସହ ମଞ୍ଚରେ ନଜର ଆସିଥିଲେ। ଏକ ବଡ ରାଲି କରି ସେ ଆକାଶଙ୍କୁ ସ୍ବାଗତ କରିଥିଲେ।

ୟୁପି ବିଧାନସଭା ଏବଂ ୨୦୧୯ ଲୋକ ସଭାରେ ପରାଜୟ ପରେ ମାୟାବତୀ ଆକାଶଙ୍କୁ ଆଗକୁ ଆଣିଥିଲେ। ସେ ଦଳ ପାଇଁ ପ୍ରମୁଖ ଚେହେରା ପାଲଟିଥିଲେ। ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଆକାଶଙ୍କୁ ବଡ଼ ଦାୟିତ୍ୱ ମିଳିଥିଲା। ଆଗାମୀ ଦିନରେ ବିଏସ୍‌ପି ମାୟାବତିଙ୍କ ନେତୃତ୍ୱରେ ଲୋକ ସଭା ନିର୍ବାଚନ ଲଢ଼ିବ ବୋଲି ଆଶା କରାଯାଉଥିଲା। କାରଣ ସେ ଏକାକି ଦେଶର ସାଧାରଣ ନିର୍ବାଚନରେ ଓହ୍ଲାଇବା ନେଇ ଘୋଷଣା କରିଥିଲେ। ଏବେ କିନ୍ତୁ ତାଙ୍କ ନିଷ୍ପତ୍ତିକୁ ନେଇ ରାଜନୈତିକ ମହଲରେ ବିତର୍କ ଆରମ୍ଭ ହୋଇଛି।

Share