Categories: ଜାତୀୟ

ମହିଳା ସଂରକ୍ଷଣ ବିଲ୍‌ ଉପରେ ପ୍ରତିକ୍ରିୟା ରଖିଲେ ମାୟାବତୀ

ଲକ୍ଷ୍ନୌ,୨୨।୯: ମହିଳା ସଂରକ୍ଷଣ ବିଲ୍‌ ପ୍ରଥମେ ଲୋକ ସଭାରେ ଏବଂ ପରେ ରାଜ୍ୟ ସଭାରେ ପାରିତ ହେବା ପରେ ବିଏସପି ମୁଖ୍ୟ ମାୟାବତୀ ଏହାକୁ ସ୍ବାଗତ ଜଣାଇଛନ୍ତି। ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷ ମାୟାବତୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ସେ ଏହାକୁ ନେଇ ଆପତ୍ତି ଉଠାଇଥିବା ମଧ୍ୟ ନଜର ଆସିଛନ୍ତି।

ବିଏସପି ମୁଖ୍ୟ ମାୟାବତୀ ତାଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟରୁ ପୋଷ୍ଟ କରି ଲେଖିଛନ୍ତି, ମହିଳା ସଂରକ୍ଷଣ ବିଲ୍‌ ସଂସଦର ଉଭୟ ଗୃହରେ ପାରିତ ହୋଇଯାଇଛି। ଯାହାକୁ ମୁଁ ସ୍ବାଗତ ଜଣାଉଛି। କିନ୍ତୁ ଯଦି ସେମାନଙ୍କ ଆଶା ଅନୁଯାୟୀ ତୁରନ୍ତ ଏହା କାର୍ଯ୍ୟକାରୀ ହୋଇଥାନ୍ତା ତେବେ ଦେଶ ଏହାକୁ ହୃଦୟରୁ ସ୍ବାଗତ କରିଥାନ୍ତା। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୭ ବର୍ଷର ଦୀର୍ଘ ଅପେକ୍ଷା ପରେ, ଅନିଶ୍ଚିତତା ସହିତ ଅଧିକ ସମୟ ଅପେକ୍ଷା କରିବା କେତେ ଯଥାର୍ଥ? ଏହା ସହିତ ମାୟାବତୀ ମହିଳା ସଂରକ୍ଷଣ ବିଲ୍‌ ଉପରେ ନିଜର ଦୃଢ ଆଭିମୁଖ୍ୟ ମଧ୍ୟ ଉପସ୍ଥାପନ କରିଛନ୍ତି। ଓବିସି ସମ୍ପ୍ରଦାୟର ମହିଳାଙ୍କୁ ମହିଳା ସଂରକ୍ଷଣ ବିଲ୍‌ରେ ଅନ୍ତର୍ଭୁକ୍ତ ନ କରିବା ଓବିସି ସମ୍ପ୍ରଦାୟର ମହିଳାଙ୍କ ପ୍ରତି ଅନ୍ୟାୟ ବୋଲି କହିଛନ୍ତି।

Share