Categories: ଜାତୀୟ

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜବରଦସ୍ତି କୋଳାଗ୍ରତ କରନ୍ତି ରାହୁଲ’

ନୂଆଦିଲ୍ଲୀ,୧୦।୪: କଂଗ୍ରେସ ଓ ବିଏସପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଥମିବାର ନାଁ ନେଉ ନାହିଁ। ଇଡି ଏବଂ ସିବିଆଇ ଭୟରେ ମାୟାବତୀ ନିର୍ବାଚନ ଲଢିବାକୁ ଭୟ କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମନ୍ତ୍ୟବ୍ୟ ଦେବା ପରେ ଏହାର ଜବାବ ଦେଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ସେ କହିଛନ୍ତି, ସଂସଦରେ ରାହୁଲ ଗାନ୍ଧୀ ଜବରଦସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜବରଦସ୍ତି କୋଳାଗ୍ରତ କରୁଛନ୍ତି, କିନ୍ତୁ ବିଏସ୍‌ପି ଏସବୁ କରେ ନାହିଁ। ବେକକୁ ଲାଗିଛନ୍ତି, କିନ୍ତୁ ବିଏସପି ଏସବୁ କରୁନାହିଁ। କେବଳ ଏତିକି ନୁହେଁ, ଅନ୍ୟମାନଙ୍କ ବିଷୟରେ ବିବୃତ୍ତି ଦେବା ପୂର୍ବରୁ ରାହୁଲ ଗାନ୍ଧି ନିଜ ଘର ସଜା ଉଚିତ। ଆମ ଦଳ ଉପରକୁ ଆଙ୍ଗୁଳି ଉଠାଇବା ପୂର୍ବରୁ ୧୦୦ଥର ଭାବିବା ଉଚିତ ବୋଲି ସେ କହିଛନ୍ତି।
ତେବେ ମାୟାବତୀଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ଦେଇ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଭାଜପା ଏବଂ ଆରଏସଏସ ବିରୋଧୀଙ୍କୁ ଦୁର୍ବଳ କରିବାକୁ ଚାହୁଛନ୍ତି। ତେଣୁ ଭାଜପା ବିରୋଧରେ ଏକାଠି ଲଢିବା ଜରୁରୀ ହୋଇପଡିଛି। କଂଗ୍ରେସ ସର୍ବଦା ଲୋକଙ୍କ ପାଇଁ କାମ କରୁଛି। ଲୋକଙ୍କ ପ୍ରସଙ୍ଗକୁ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ କଂଗ୍ରସସ ଲଢେଇ କରିଛି। କଂଗ୍ରେସ ସବୁବେଳେ ଲୋକଙ୍କ ସ୍ବାର୍ଥ ପାଇଁ ରହିଛି।

Share