Categories: ଜାତୀୟ

‘ଯୋଗୀଙ୍କ ଭଳି ମୋର ବି ପରିବାର ନାହିଁ, ନିଜ ଦମ୍‌ରେ ଲଢିବି ନିର୍ବାଚନ’

ଲକ୍ଷ୍ନୌ, ୯।୧୧: ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଭିନ୍ନ ପାର୍ଟି ପକ୍ଷରୁ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ମଙ୍ଗଳବାର ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଭାଜପା ଏବଂ ଅନ୍ୟ ଦଳ ଉପରେ କଡ଼ା ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ, ୟୁପିରେ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଭାଜପା ସମେତ ଅନ୍ୟ ଦଳମାନେ ନାଟକ କରୁଛନ୍ତି। କେନ୍ଦ୍ରରେ ଭାଜପା ସରକାର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅସମାପ୍ତ କାର୍ଯ୍ୟ ଉଦଘାଟନ କରୁଛନ୍ତି। ନିର୍ବାଚନକୁ ହିନ୍ଦୁ-ମୁସଲମାନ କରିବା ପାଇଁ ଏସପି ଏବଂ ଭାଜପା ଭିତରେ ଉଦ୍ୟମ ଚାଲିଛି। ଉଭୟ ଏସପି ଏବଂ ଭାଜପାର ଚରିତ୍ର ଜାତିବାଦୀ ଏବଂ ସାମ୍ପ୍ରଦାୟିକ। କମ କଥା ହେବା ଏବଂ ଅଧିକ କରିବା ଉପରେ ବିଏସପି ବିଶ୍ୱାସ କରେ। ଆମେ ଆମର ୪ ଥର ଶାସନରେ ତାହା ଦେଖାଇଛୁ। ଜନସାଧାରଣଙ୍କ ସ୍ବାର୍ଥ ପାଇଁ ଭାଜପା ଚିନ୍ତା କରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ମାୟାବତୀ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ପରିବାର ନାହିଁ, ସର୍ବସମାଜ ହେଉଛି ତାଙ୍କ ପରିବାର ବୋଲ ସେ କହିଛନ୍ତି।

Share