Categories: ଜାତୀୟ

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡରେ ଏକାକି ନିର୍ବାଚନ ଲଢିବ ବିଏସ୍‌ପି: ମାୟାବତୀ

ନୂଆଦିଲ୍ଲୀ,୧୫ ।୧: କରୋନା ଟିକାକରଣ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଜାନୁୟାରୀ ୧୬ ଅର୍ଥାତ୍ ଶନିବାର ଆରମ୍ଭ ହେବ ଏହି ଟିକାକରଣ କାର୍ଯ୍ୟକ୍ରମ । ଏହାକୁ ନେଇ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ମୁଖ୍ୟ ସୁଶ୍ରୀ ମାୟାବତୀ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଅନ୍ୟପଟେ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଦେଶବାସୀଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଏହି ଅବସରରେ ମାୟାବତୀ କହିଛନ୍ତି ଯଦି ଉତ୍ତର ପ୍ରଦେଶରେ ବିଏସ୍‌ପି ଶାସନ କ୍ଷମତାକୁ ଆସେ ତେବେ ସମସ୍ତଙ୍କୁ ମାଗଣାରେ କରୋନା ଟିକା ମିଳିବ । ସେ ଆହୁରି ମଧ୍ୟ କୃଷକ ଆନ୍ଦୋଳନ କଥା ଉଠାଇ କହିଛନ୍ତି କେନ୍ଦ୍ର ସରକାର କୃଷକଙ୍କ ସମସ୍ତ କଥା ମାନି ନେବା ଦରକାର । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାୟାବତୀ କହିଛନ୍ତି ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ କାହା ସହ ମେଣ୍ଟ କରିବ ନାହିଁ ବିଏସ୍‌ପି ନିଜ ବଳରେ ଏକେଲା ଲଢିବ । ସୂଚନାଯୋଗ୍ୟ, ଏହା ପୂର୍ବରୁ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ଘୋଷଣା କରିଥିଲେ କି ୨୦୨୨ର ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କ ଦଳ କୌଣସି ବଡ ଦଳ ସହ ମେଣ୍ଟ କରିବ ନାହିଁ ।

Share