Categories: ଜାତୀୟ

ପୁଣିଥରେ ଚମକାଇ ଦେଲେ ମାୟାବତୀ

ଲକ୍ଷ୍ନୌ,୧୭ ।୩: ଲୋକ ସଭା ଓ ଉତ୍ତର ପ୍ରଦେଶର ମ୍ୟୁନିସିପାଲ ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀ ତାଙ୍କର ଏକ ନିଷ୍ପତ୍ତିକୁ ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ମାୟାବତୀ ଏକ ଟୁଇଟ କରି ଦଳରେ କରିଥିବା ପରିବର୍ତ୍ତନକୁ ନେଇ ସୂଚନା ଦେଇଛନ୍ତି । ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ମାୟାବତୀ ଟୁଇଟ କରି ଲେଖିଛନ୍ତି, ବିଏସପି ଦ୍ୱାରା ପାର୍ଟିର ମିଡିଆ ସେଲର ପୁନର୍ଗଠନ କରାଯିବ । ଏହି ପରିସ୍ଥିତିରେ ନୂଆ ମିଡିଆ ସେଲର ଗଠନ ପର୍ଯ୍ୟନ୍ତ ଦଳର କେହି ପାର୍ଟି ପ୍ରବକ୍ତା ନାହାନ୍ତି । ଅର୍ଥାତ୍ ଧର୍ମବୀର ଚୌଧୁରୀଙ୍କ ସମେତ ଦଳର ଯେ କୌଣସି ଲୋକ ମିଡିଆରେ କିଛି କୁହନ୍ତି ତେବେ ତାହା ତାଙ୍କର ନିଜସ୍ୱ ରାୟ ହେବ, ପାର୍ଟିର କେହି ପ୍ରବକ୍ତା ନାହାନ୍ତି ।

ସୂଚନାଯୋଗ୍ୟ, ନିକଟରେ ବିଏସପିର ରାଷ୍ଟ୍ରୀୟ ପ୍ରବକ୍ତା ଧର୍ମବୀର ଚୌଧୁରି ମାଫିଆ ଅତିକ ଅହମ୍ମଦର ପରିବାରକୁ ବଞ୍ଚାଇବାକୁ ସିବିଆଇ ଯାଞ୍ଚର ଦାବିକୁ ନେଇ ଟୁଇଟ କରିଥିଲେ । ବିଏସପି ନେତା ଧର୍ମବୀର ଚୌଧୁରି ଟୁଇଟ କରି ଲେଖିଥିଲେ କି ଉମେଶ ପାଲ ହତ୍ୟାକାଣ୍ଡରେ ବିଏସପି ନେତା ଶାଇସ୍ତା ପରବିନ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି ଯେ ସରକାର ଆଇନର ହିତରେ ସିବିଆଇ ଯାଞ୍ଚ କରିବା ଦରକାର । ଯେଉଁଥିରେ ସରକାର ପଳାୟନ କରୁଛନ୍ତି । ବିଏସପି ନେତା ଏହି ବୟାନକୁ ନେଇ ଦଳ ଉପରେ କିଛି ପ୍ରଶ୍ନ ଉଠାଇଥିଲେ ।

Share