Categories: ଜାତୀୟ

ସପା ରାସ୍ତାରେ ମାୟାବତୀ

ଲକ୍ଷ୍ନୌ,୨୭।୬: ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି(ଏସ୍‌ପି)ନିକଟରେ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲା। ଏହାର କିଛି ଦିନ ପରେ ଅନୁରୂପ ବାଟ ବାଛିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ। ତାଙ୍କ ଦଳ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମଧ୍ୟ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି କାହା ସହ ମେଣ୍ଟ କରିବ ନାହିଁ। ଏଥିସହ ଏଆଇଏମ୍‌ଆଇଏମ୍‌ ସହ ବିଏସ୍‌ପିର ସମ୍ଭାବ୍ୟ ମେଣ୍ଟକୁ ନେଇ ଚାଲିଥିବା କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡିଛି। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ଏକାକୀ ଳଢିବ ଦଳ।

ପ୍ରକାଶ ଯେ, ୨୦୧୭ ବିଧାନସଭା ଓ ୨୦୧୯ ଲୋକ ସଭା ନିର୍ବାଚନ ବେଳେ ବିଏସ୍‌ପି ସମାଜବାଦୀ ପାର୍ଟି ଏବଂ ଆର୍‌ଏଲ୍‌ଡିର ହାତ ଧରିଥିଲା। ୨୦୧୭ ବିଧାନସଭା ନିର୍ବାଚନରେ ବିଏସ୍‌ପି ମାତ୍ର ୧୯ଟି ଆସନ ଦଖଲ କରିଥିଲା। ହେଲେ ୨୦୧୯ ଲୋକ ସଭା ନିର୍ବାଚନରେ ବିଏସ୍‌ପି ଏବଂ ଏସ୍‌ପି ମେଣ୍ଟ ୧୫ଟି ଆସନରେ ବିଜୟୀ ହୋଇଥିଲା।

Share