Categories: ଜାତୀୟ

ବର୍ଷିଲେ ମାୟାବତୀ: କଂଗ୍ରେସକୁ ଶିଖାଇବେ ବୁଦ୍ଧି

ଲକ୍ଷ୍ନୌ,୨୮।୭: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ଶୁଶ୍ରୀ ମାୟାବତୀ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିବା ବେଳେ ରାଜସ୍ଥାନର ଅଶୋକ ଗେହଲଟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ରାଜସ୍ଥାନରେ ନିର୍ବାଚନ ପରେ ଆମେ ବିନା କୌଣସି ସର୍ତ୍ତରେ କଂଗ୍ରେସକୁ ୬ ଜଣ ବିଧାୟକଙ୍କ ସମର୍ଥନ ଦେଲୁ। ହେଲେ ଦୁର୍ଭାଗ୍ୟବଶତଃ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଖରାପ ଚିନ୍ତାଧାରା ଓ ବିଏସ୍‌ପିକୁ କ୍ଷତି ପହଞ୍ଚାଇବା ଚିନ୍ତା କରି ସେ ବିଏସ୍‌ପି ବିଧାୟକଙ୍କୁ କଂଗ୍ରେସରେ ମିଶାଇ ଦେଲେ। ଏହା ପୂର୍ବର ଶାସନକାଳ ସମୟରେ ମଧ୍ୟ ଗେହଲଟ ଏଭଳି କରିଥିବା ମାୟାବତୀ ଅଭିଯୋଗ କରିଛନ୍ତି। ବିଏସ୍‌ପି ଆଗୁଆ କୋର୍ଟ ଯାଇ ପାରିଥାଆନ୍ତା ହେଲେ ଆମେ କଂଗ୍ରେସ ଓ ଗେହଲଟଙ୍କୁ ବୁଦ୍ଧି ଶିଖାଇବୁ ବୋଲି ମୟାବତୀ ପ୍ରକାଶ କରିଛନ୍ତି। କିନ୍ତୁ ଏବେ ବିଏସ୍‌ପି କୋର୍ଟ ଯିବ ଏହି ମାମଲାକୁ ଗୁରୁତର ସହ ନେଇ ଆବଶ୍ୟକ ପଡିଲେ ଆମେ ସୁପ୍ରିମକୋର୍ଟ ଯିବୁ ବୋଲି ସେ କିହିଛନ୍ତି। ତେବେ ରାଜସ୍ଥାନର ୬ ବିଧାୟକଙ୍କୁ କଂଗ୍ରେସ ବିରୋଧରେ ଭୋଟ ଦେବାକୁ କୁହାଯାଇଛି ନଚେତ୍‌ ସେମାନଙ୍କ ଦଳୀୟ ସଦସ୍ୟତାକୁ ରଦ୍ଦ କରି ଦିଆଯିବ।

Share