Categories: ଜାତୀୟ

ବାନ୍ଧବୀଙ୍କ ପୋଷାକୁକୁରକୁ ବଞ୍ଚାଇବାକୁ ଯାଇ ଡ୍ୟାମ୍‌ରେ ବୁଡ଼ିଗଲେ ବିଟେକ୍‌ ସ୍ନାତକ

ଭୋପାଳ,୪।୧: ଭୋପାଳ ଏନ୍‌ଆଇଟିର ଜଣେ ବି.ଟେକ୍‌ ସ୍ନାତକ ତାଙ୍କ ବାନ୍ଧୀଙ୍କ ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଡ୍ୟାମ୍‌ରେ ବୁଡ଼ି ପ୍ରାଣ ହରାଇଛନ୍ତି। ହେଲେ କୁକୁରଟି ପହଁରି କୂଳକୁ ପଳାଇଆସିଛି। ମୃତ ୨୩ ବର୍ଷୀୟ ସରଲ ନିଗମ ତାଙ୍କ ମା’ବାପାଙ୍କ ଏକମାତ୍ର ପୁଅ ଥିବାବେଳେ ସେ ଏମ୍‌ଏଏନ୍‌ଆଇଟରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ ପରେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଚଳାଇଥିଲେ।

ସରଲ ତାଙ୍କର ଦୁଇଜଣ ବାନ୍ଧବୀଙ୍କ ସହ ବୁଧବାର ସକାଳେ କେରଓ୍ବା ଡ୍ୟାମ୍‌ ଅଞ୍ଚଳରେ ଥିବା ଜଙ୍ଗଲ କ୍ୟାମ୍ପ୍‌କୁ ଭ୍ରମଣରେ ଯାଇଥିଲେ। ସେତିିକିବେଳେ ଜଣେ ବାନ୍ଧବୀ ସାଙ୍ଗରେ ନେଇଥିବା ପୋଷା କୁକୁର ପାଣିରେ ପଡ଼ିଯାଇଥିଲା। ତାକୁ ବଞ୍ଚାଇବାକୁ ଯାଇ ୩ ଜଣ ଯାକ ପାଣିରେ ପଶିଥିଲେ। ପ୍ରବଳ ସ୍ରୋତରେ ସେମାନେ ପରସ୍ପରଠାରୁ ଦୂରେଇ ଯାଇ ଜଳଭଣ୍ଡାରରେ ପଡ଼ିଯାଇଥିଲେ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଅନ୍ତରାମ ଯାଦବ କହିଛନ୍ତି।

ଦୁଇ ଯୁବତୀ କୌଣସି ପ୍ରକାରେ କୂଳକୁ ଚାଲିଆସିଥିଲେ ମଧ୍ୟ ସରଲ ସ୍ରୋତରେ ଠେଲିହୋଇ ଗଭୀର ଜଳ ମଧ୍ୟକୁ ଚାଲିଯାଇଥିଲେ। ଖବର ପାଇଁ ସ୍ଥାନୀୟ ପୋଲିସ ଓ ବୁଡ଼ାଳି ଘଟଣାସ୍ଥଳରେ ପହଞ୍ଚି ଥିଲେ। ହେଲେ ସରଲଙ୍କୁ ବଞ୍ଚାଇ ପାରିବାରେ ସକ୍ଷମ ହୋଇ ନ ଥିଲେ।

Share