ଚାଇନାରୁ ଆମେରିକାରେ ପହଞ୍ଚିଲା ଏହି ରୋଗ, ଚିନ୍ତାରେ ବୈଜ୍ଞାନିକ

ନ୍ୟୁୟର୍କ,୧୫।୭:ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଏବେ ଚାଇନାରୁ ଆଉ ଏକ ରୋଗ ଆମେରିକା ମୁହାଁ ହୋଇଛି। ଆମେରିକାର କୋଲୋରାଡୋ ଏକ ଗୁଣ୍ଡୁଚି ମୂଷା ବ୍ୟୁବୋନିକ୍‌ ପ୍ଲେଗ୍‌ ରୋଗରେ ସଂକ୍ରମିତ ହୋଇଥିବା ଜଣାପଡିଛି। କରୋନା ଭଳି ଏହି ରୋଗ ଯେମିତି ବ୍ୟାପି ନ ଯାଏ ସେଥିପାଇଁ ଆମେରିକା ବୈଜ୍ଞାନିକମାନେ ଚିନ୍ତା ପ୍ରକାଶ କରିଛନ୍ତି। ଗତ ୧୦ ତଳେ ଚାଇନାର ମଙ୍ଗୋଲିଆରେ ବ୍ୟୁବୋନିକ୍‌ ପ୍ଲେଗ୍‌ ବ୍ୟାପିବାର ଖବର ଆସିଥିଲା। ବ୍ୟୁବୋନିକ୍‌ ପ୍ଲେଗ୍‌ ସାରା ବିଶ୍ୱରେ ୩ ଥର ବ୍ୟାପିଛି। ପ୍ରଥମଥର ୫ କୋଟି ଲୋକ, ଦ୍ୱିତୀୟଥର ୟୁରୋପର ଏକ ତୃତୀୟଂଶ ଲୋକ ଏବଂ ତୃତୀୟଥର ୮୦ ହଜାର ଲୋକଙ୍କ ଜୀବନ ନେଇଥିଲା ବ୍ୟୁବୋନିକ୍‌ ପ୍ଲେଗ୍‌। ଏବେ ପୁଣିଥରେ ଏହି ରୋଗ ଗତ ୧୦ ଦିନ ମଧ୍ୟରେ ଚାଇନା ଏବଂ ଆମେରିକାରେ ଦେଖାଯାଇଛି। କୋଲୋରାଡୋରେ ବ୍ୟୁବୋନିକ୍‌ ପ୍ଲେଗ୍‌ ବାହାରିବା ପରେ ସେଠାକାର ପ୍ରଶାସନ ଲୋକଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛି। ସୂଚନାଯୋଗ୍ୟ, ବ୍ୟୁବୋନିକ୍‌ ପ୍ଲେଗ୍‌ ମୂଷାରୁ ଶରୀରରେ ଥିବା ଏକ ବ୍ୟାକ୍ଟେରିଆରୁ ବ୍ୟାପିଥାଏ। ଏହି ବ୍ୟାକ୍ଟେରିଆର ନାମ ୟରସିନିଆ ପେଷ୍ଟିସ୍‌ ବ୍ୟାକ୍ଟରିୟମ। ଏହା ଶରୀରର ଗଳା, ରଖ ଏବଂ ଫୁସଫୁସକୁ ଆକ୍ରମଣ କରିଥାଏ।

Share