ଚାଇନାରେ ବୁବୋନିକ ପ୍ଲେଗ ଆତଙ୍କ, ମଙ୍ଗୋଲିଆରେ ୨ ଆକ୍ରାନ୍ତ ଚିହ୍ନଟ…

ବେଜିଂ,୧୩।୮ : ଚାଇନାର ଉତ୍ତର ଅଞ୍ଚଳ ଆଭ୍ୟନ୍ତରୀଣ ମୋଙ୍ଗୋଲିଆରେ ୨ ବୁବୋନିକ ପ୍ଲେଗ ମହାମାରୀ ରିପୋର୍ଟ ହୋଇଛି। ଅଗଷ୍ଟ ୭ ରେ ପୂର୍ବ ସଂକ୍ରମଣ ଚିହ୍ନଟ ହୋଇଥିଲା ବୋଲି ସ୍ଥାନୀୟ ସରକାର ପୂର୍ବରୁ ଜଣାଇଥିଲେ। ସଂକ୍ରମିତ ଏହି ଦୁଇ ଜଣ ହେଉଛନ୍ତି ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମହିଳାଙ୍କ ସ୍ବାମୀ ଏବଂ ଝିଅ ବୋଲି ସରକାର ଏକ ବିବୃତ୍ତିରେ କହିଛନ୍ତି। ଆକ୍ରାନ୍ତଙ୍କ ସମସ୍ତ ଘନିଷ୍ଠ ସମ୍ପର୍କୀୟଙ୍କୁ କ୍ୱାରାଣ୍ଟାଇନ କରାଯାଇଛି ଏବଂ ଆକ୍ରାନ୍ତଙ୍କଠାରେ କୌଣସି ଅସ୍ବାଭାବିକ ଲକ୍ଷଣ ଦେଖାଯାଇ ନାହିଁ ବୋଲି ବିବୃତ୍ତିରେ କୁହାଯାଇଛି।

ବୁବୋନିକ ପ୍ଲେଗ ସଂକ୍ରମଣ ମୁଖ୍ୟତଃ ରୋଡେଣ୍ଟସ ଦ୍ୱାରା ବିସ୍ତାର ହୁଏ। ଏହି ସଂକ୍ରାମକ ରୋଗର ମାତ୍ରା କମ, ଆଭ୍ୟନ୍ତରୀଣ ମୋଙ୍ଗୋଲିଆ ଏବଂ ଉତ୍ତର-ପଶ୍ଚିମ ନିଙ୍ଗକ୍ସିଆ ଅଞ୍ଚଳରେ ଅଧିକାଂଶରେ ଏହା ଦେଖିବାକୁ ମିଳିଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ବୁବୋନିକ ପ୍ଲେଗ ହେଉଛି ମହାମାରୀର ସବୁଠାରୁ ସାଧାରଣ ରୂପ, ଯାହା ଠିକ ସମୟରେ ଚିକିତ୍ସା କରା ନ ଗଲେ ସାଂଘାତିକ ହୋଇପାରେ।

Share