ବୁଗୁଡ଼ା,୧୧।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ାରେ ଥିବା ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନ କେନ୍ଦ୍ର ବୁଦ୍ଧଖୋଲ ଆଜି ମହାଶିବରାତ୍ରି ଅବସରରେ କୋଭିଡ୍ କଟକଣା ଯୋଗୁ ଭକ୍ତଶୂନ୍ୟ ହୋଇ ଖାଁ ଖାଁ ଦେଖିବାକୁ ମିଳିଛି। ପ୍ରତିବର୍ଷ ଜାଗରରେ ବୁଦ୍ଧଖୋଲ ଶୈବପୀଠରେ ଶ୍ରୀ ଗଙ୍ଗାଧରେଶ୍ବର, ଜଗଦୀଶ୍ବର,ମକରେଶ୍ବର ସିଦ୍ଧେଶ୍ବର ଓ ବୁଦ୍ଧେଶ୍ବର ଆଦି ପଞ୍ଚ ମହାଦେବଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତମାନଙ୍କର ଭିଡ଼ ଲାଗୁଥିଲା ବେଳେ ଚଳିତବର୍ଷ ପ୍ରଶାସନର କୋଭିଡ୍ କଟକଣା ଯୋଗୁ ସବୁ ଖାଁ ଖାଁ ଦେଖିବାକୁ ମିଳିଛି। ଏଠାରେ ଅନ୍ନ ଯଜ୍ଞ ଓ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ର ଆୟୋଜନ ଆଜି ଦେଖିବାକୁ ମିଳୁନାହିଁ। କେବଳ ମନ୍ଦିର ପୂଜକମାନେ ସେମାନଙ୍କ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳୁଛି।