Posted inଫୁରସତ

ସ୍ବୟଂ ପ୍ରଦୀପ ବନିଯାଅ

ଖ୍ରୀଷ୍ଟପୂର୍ବ ୫୬୩ର ବୈଶାଖ ପୂର୍ଣ୍ଣିମା, ବେଶ ମହତ୍ୱପୂର୍ଣ୍ଣ। ଏହି ଦିନ ଶାକ୍ୟ ଗଣରାଜ୍ୟର ତତ୍କାଳୀନ ରାଜଧାନୀ କପିଳାବାସ୍ତୁ ସମୀପସ୍ଥ ଲୁମ୍ବିନୀରେ କ୍ଷେତ୍ରୀୟ ରାଜବଂଶର ରାଜା ଶୁଦ୍ଧୋଦନ ଓ ମହାରାଣୀ ମାୟାଦେବୀଙ୍କ ପ୍ରାସାଦରେ ସିଦ୍ଧାର୍ଥ ରୂପେ ବୁଦ୍ଧଙ୍କ ଚେତନା ଅବତରିତ ହୁଏ। ଏ ଧରାପୃଷ୍ଠରେ ସିଏ ଭୂମିଷ୍ଠ ହେବା ସମୟରେ ଏକ ବିସ୍ମୟଜନକ ଘଟଣା ଘଟିଥିଲା। ତାଙ୍କ ଅପୂର୍ବ ଦର୍ଶନ ଲଭିବା ନିମନ୍ତେ ଉତୁଙ୍ଗ ହିମଗିରି ହିମାଳୟର ପରମ ତେଜସ୍ବୀ ତଥା ତପସ୍ବୀ ଋଷି ଅସିତା ଆସିଥିଲେ। ଆଉ କହିଥିଲେ ଆପଣଙ୍କ ସନ୍ତାନ କୌଣସି ଜଣେ ସାଧାରଣ ଜୀବାତ୍ମା ନୁହନ୍ତି। ଏ ଦିନେ ଜଣେ ପ୍ରବଳ ପରାକ୍ରମଶାଳୀ ଚକ୍ରବର୍ତ୍ତୀ ସମ୍ରାଟ ବନିଯିବ କିମ୍ବା ଜଣେ ମହାନ ଆଧ୍ୟାତ୍ମିକ ପଥ ପ୍ରଦର୍ଶକ ପାଲଟିଯିବ। ତେବେ ଋଷିଙ୍କର ଏକଥା ହୃଦବୋଧ ହୋଇଥିଲା ଯେ, ଏ ଶିଶୁ ଯେତେବେଳେ ବୁଦ୍ଧତ୍ୱର ପରାକାଷ୍ଠା ହାସଲ କରିବ ସେତେବେଳେ ସେ ତାଙ୍କୁ ଚର୍ମନେତ୍ରରେ ଅବଲୋକନ କରିପାରିବେ ନାହିଁ ା କାରଣ ଏ ଇହଲୋକରୁ ତାଙ୍କର ବିଦାୟ ନେବାର ସମୟ ନିକଟ ହେଲାଣି। ମହାକାଳର ପ୍ରବାହରେ ସମୟ ବିତାଇ ସିଦ୍ଧାର୍ଥ ତାରୁଣ୍ୟରେ ପାଦ ଥାପନ୍ତି, ସମବୟସ୍କା ସୁନ୍ଦରୀ ଯଶୋଧାରା ତାଙ୍କର ରାଣୀ ହୁଅନ୍ତି, ଆଉ ରାହୁଳ ନାମରେ ସେ ପୁତ୍ର ସନ୍ତାନର ଜନକ ହୁଅନ୍ତି ା
ଚକ୍ରବର୍ତ୍ତୀ ସମ୍ରାଟ ହେବା ନିମନ୍ତେ ଆଜନ୍ମରୁ ହିଁ ତାଙ୍କ ପ୍ରତି ନିଘା ରହିଥିଲା, ହେଲେ କୌଣସି ପ୍ରକାର ସାଂସାରିକ ନର୍କ ଦୁଃଖ ତାଙ୍କୁ ସ୍ପର୍ଶ କରି ନ ଥିଲା। ରାଜକୁମାର ସିଦ୍ଧାର୍ଥ କିନ୍ତୁ ସ୍ବପ୍ନରେ ଦେଖିଥିଲେ ସଂସାର ଦୁଃଖ। ସେଇ ଦୁଃଖଦ ସ୍ବପ୍ନ ଯୋଗୁ ତାଙ୍କ ମୁଖମଣ୍ଡଳରେ ସଂଚରୀ ଯାଇଥିଲା ବିଷର୍ଣ୍ଣ, ବିମର୍ଷ ଭାବ। ସେ ସର୍ବଦା ଉଦ୍‌ବିଗ୍ନ, ଉଦାସ ରହୁଥିଲେ। ଆଉ ରାତିରେ ତାଙ୍କ ଚକ୍ଷୁ ଯୋଡ଼ିକରୁ ନିଦ ଅନ୍ତର୍ହିତ ହୋଇ ଯାଇଥିଲା। ପୁଣି ଦିନେ ତାଙ୍କ ହସ୍ତକୁ ଏମିତି ଏକ ସୁବର୍ଣ୍ଣ ଅବସର ଆସିଥିଲା ଯେତେବେଳେ ସଂସାରର ବାସ୍ତବତା ପରିଚିତି ଦେଇଥିଲା। ସେ ଦିନେ ଅନ୍ତରଙ୍ଗ ସାଥୀ ସାରଥୀ ଛନ୍ଦକ ସହିତ ନଗର ପରିକ୍ରମା କରିବା ନିମନ୍ତେ ରାଜ ଉଆସରୁ ବାହାରି ଆସନ୍ତି। ଏତିକିବେଳେ ତାଙ୍କ ନଜର ଲାଖିଯାଏ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରୁଥିବା ରୋଗୀଟି ଉପରେ, ହାତରେ ବାଡ଼ି ଟେକିଧରି ଚାଲୁଥବା ଜରାଜୀର୍ଣ୍ଣ ବୃଦ୍ଧଙ୍କ ଉପରେ, ଶ୍ମଶାନଘାଟକୁ କୋକେଇ ବୁହାହୋଇ ଯାଉଥିବା ନିଷ୍ପ୍ରାଣ ନଷ୍ପନ୍ଦ ତଥା ନିର୍ଜୀବ ଶବଟି ଉପରେ, ଆଉ ଶେଷରେ ନଗର ପରିକ୍ରମା କରୁଥିବା ସନ୍ନ୍ୟାସୀ ଉପରେ। ସାରଥୀ ଛନ୍ଦକ ବୁଝାନ୍ତି ଜୀବନରେ ମନୁଷ୍ୟକୁ ରୋଗ ବ୍ୟାଧି ଗ୍ରାସକରେ, ବୃଦ୍ଧାବସ୍ଥା କବଳିତ ହୁଏ। ଏହିପରି ଭାବରେ ଜୀବନର ଅନ୍ତ ଘଟିଥାଏ। ସେଥି ପାଇଁ ସନ୍ନ୍ୟାସୀ ପରମ ଜ୍ଞାନ ସନ୍ଧାନ କରି ମୋକ୍ଷପ୍ରାପ୍ତ କରିବାକୁ ପ୍ରଯତ୍ନଶୀଳ ହୋଇଥାନ୍ତି। ଘଟଣା ସବୁ ଏମିତି ସ୍ପର୍ଶକାତର ଥିଲା ଯାହା କି ସିଦ୍ଧାର୍ଥଙ୍କ ମନରେ ସୃଷ୍ଟି କରିଥିଲା ଭାବାନ୍ତର। ଏ ସବୁ ଜାଣିବା ଉପରାନ୍ତେ ପ୍ରଚଣ୍ଡ ବୈରାଗ୍ୟ ଭାବନା ସୃଷ୍ଟି ହୋଇଥିଲା ତାଙ୍କ ମନରେ। ଦିନେ ସେ ତାଙ୍କ ପୁତ୍ର ରାହୁଳ ଓ ପତ୍ନୀ ଯଶୋଧାରାଙ୍କୁ ପରିତ୍ୟାଗ କରି ପ୍ରସ୍ଥାନ କରିଥିଲେ। ଏହିଭଳି ଯୁବରାଜ ମହାତପୀ ବନିଯାନ୍ତି, କଠୋର ତପସ୍ୟା ନିମଜ୍ଜିତ ରହି ତାଙ୍କ ଶରୀର ଜୀଣ୍ଣଶୀର୍ଣ୍ଣ, କୃଶ ହୋଇଯାଏ। ପରବର୍ତ୍ତୀ ସମୟରେ ସେ ଧ୍ୟାନମଗ୍ନ ରହି ବୁଦ୍ଧହୋଇ ନେତ୍ର ଉନ୍ମୀଳନ କରିଥିଲେ। ବୁଦ୍ଧତ୍ୱ ପ୍ରାପ୍ତିର ଏହି ଶୁଭ ପବିତ୍ର ଦିବସଟି ଥଲା ବୈଶାଖ ପୂର୍ଣ୍ଣିମା। ପରବର୍ତ୍ତୀ ସମୟରେ ବୁଦ୍ଧ ପୂର୍ଣ୍ଣିମା ନାମରେ ଏହା ଖ୍ୟାତ ହୋଇଛି।
-ନଗେନ୍ଦ୍ର ନାଥ ପଟ୍ଟନାୟକ
ମୋ-୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri