Categories: ଜାତୀୟ

ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି…

କୋଲକାତା,୨୯।୭ : ଶ୍ୱାସ ଜନିତ ସମସ୍ୟା ଯୋଗୁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଗୁରୁତର ହେବା ପରେ ତାଙ୍କୁ ଶନିବାର ଅପରାହ୍ନରେ କୋଲକାତାର ଉଡଲାଣ୍ଡ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କୁହାଯାଉଛି ସେ ଦୀର୍ଘ ଦିନ ଧରି ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପୀଡିତ ଥିଲେ। କିଛି ଦିନ ତଳେ ଶ୍ୱାସକ୍ରିୟାରେ ସମସ୍ୟା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ପରେ ଡିସଚାର୍ଜ କରାଯାଇଥିଲା।

ସୂଚନାନୁସାରେ, ସିପିଆଇର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଦୀର୍ଘ ଦିନ ଧରି ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପୀଡିତ ଥିଲେ। ସୂଚନାନୁସାରେ, ଶନିବାର ଦିନ ତାଙ୍କର ଅମ୍ଳଜାନ ସ୍ତର ଯଥେଷ୍ଟ ହ୍ରାସ ପାଇଥିଲା। ୮୦ ବର୍ଷ ବୟସ୍କ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ରକ୍ତ ପରୀକ୍ଷା କରାଯିବ। ଜାଣିବାକୁ ମିଳିଛି ତାଙ୍କ ଚିକିତ୍ସା ପାଇଁ ପାଞ୍ଚ ଜଣିଆ ମେଡିକାଲ ବୋର୍ଡ ଗଠନ କରାଯାଇଛି।

Share