Categories: ଫୁରସତ

ଲିଙ୍ଗ ବଦଳାଇବେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତନା ଭଟ୍ଟାଚାର୍ଯ୍ୟ ଲିଙ୍ଗ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏ ନେଇ କରାଯିବାକୁ ଥିବା ପ୍ରାଥମିକ ପ୍ରକ୍ରିୟା ସୁଚେତନା ଆରମ୍ଭ କରିଦେଇଥିବା କହିଛନ୍ତି। ନିଜର ଏ ପ୍ରକାର ନିଷ୍ପତ୍ତି ପାଇଁ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ସୁଚେତନା ସମଲିଙ୍ଗୀ ଓ୍ବାର୍କଶପ୍‌କୁ ଯାଇଥିଲେ, ଯେଉଁଠାରେ ସେ ନିଜକୁ ଜଣେ ପୁରୁଷ ଭାବେ ଚିହ୍ନଟ କରିବା ସହ ନିଜ ଶରୀରକୁ ମଧ୍ୟ ପୁରୁଷଙ୍କ ଭଳି ପରିବର୍ତ୍ତନ କରିବାକୁ ଚାହୁଁଥିବା କହିଛନ୍ତି।
ସୁଚେତନାଙ୍କୁ ଏବେ ୪୧ ବର୍ଷ। ପିଲାଟି ଦିନରୁ ତାଙ୍କର ପୁରୁଷଙ୍କ ପରି ସ୍ବଭାବ ଥିଲା। କିନ୍ତୁ ସେତେବେଳେ ସମଲିଙ୍ଗୀ କମ୍ୟୁନିଟିକୁ ନେଇ ସେତେ ସତର୍କ ନ ଥିଲେ। କିନ୍ତୁ ଏବେ ସେ ଜଣେ ସମ୍ପୂର୍ଣ୍ଣ ପୁରୁଷ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଘରଲୋକେ ମଧ୍ୟ ତାଙ୍କୁ ଏଥିରେ ସମ୍ପୂର୍ଣ୍ଣ ସହମତି ଦେଉଛନ୍ତି। ନିଜର ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ଏ ପ୍ରକାର ନିଷ୍ପତ୍ତି ମୋର ନିଜସ୍ବ। ଏଥିପାଇଁ ତାଙ୍କ ପରିବାର ଲୋକଙ୍କୁ ସମାଲୋଚନା କରା ନ ଯାଉ। ପିଲାଟିବେଳୁ ବାପା ବୁଦ୍ଧଦେବ ଝିଅର ଏ ପ୍ରକାର ସ୍ବଭାବ ସମ୍ପର୍କରେ ଅବଗତ ଥିବା ସେ କହିଛନ୍ତି। ସୁଚେତନାଙ୍କ ଏ ପ୍ରକାର ନିଷ୍ପତ୍ତି ଲୋକଙ୍କ ପକ୍ଷେ ସହଜରେ ଗ୍ରହଣଯୋଗ୍ୟ ନ ହେଲେ ମଧ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ଭାବନାକୁ ସମ୍ମାନ କରିବା ତାଙ୍କ ମତ।

Share