Advertisement
Categories: ଜାତୀୟ

ଶ୍ରୀଲଙ୍କା ବିସ୍ଫୋରଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୌଦ୍ଧ ଭିକ୍ଷୁ

ଗୟା,୨୨।୪: ବୋଧ ଗୟାର ମହାବୋଧି ମନ୍ଦିରରେ ଥିବା ବୌଦ୍ଧ ଭିକ୍ଷୁମାନେ ଶ୍ରୀଲଙ୍କା ବିସ୍ଫୋରଣରେ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରବିବାର ସନ୍ଧ୍ୟାରେ ଏକ ମହମବତୀ ଶୋଭାଯାତ୍ରା ବାହାର କରି ଏମାନେ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ସୂଚନାଯୋଗ୍ୟ, ରବିବାର ଶ୍ରୀଲଙ୍କାର ପ୍ରାୟ ୮ଟି ସ୍ଥାନରେ ସିରିଏଲ ବୋମା ବିସ୍ଫୋରଣ ହେବା ଫଳରେ ପାଖାପାଖି ୨୯୦ ଜଣଙ୍କ ମୃତ୍ୟୁ ହେବା ସହ ୫ଶହରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏହି ଘଟଣାକୁ ବିଶ୍ୱ ବ୍ୟାପି ନିନ୍ଦା କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share