ଶିକ୍ଷା ବଜେଟ: ଖୋଲିବ ୧୦୦ ନୂଆ ସୈନିକ ସ୍କୁଲ

ନୂଆଦିଲ୍ଲୀ,୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୧-୨୨ରେ ଶିକ୍ଷାକୁ ନେଇ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ନ୍ୟାଶନାଲ ଏଜୁକେଶନ ପଲିସକୁ ସ୍ୱାଗତ କରାଯାଇଛି । ଏହି ଆଧାରରେ ଆଗାମୀ ଦିନରେ ୧୦୦ ସୈନିକ ସ୍କୁଲ ଖୋଲାଯିବ । ଏଥିପାଇଁ ଘରୋଇ କ୍ଷେତ୍ରର ସାହାଯ୍ୟ ନିଆଯିବ । ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି ଉଚ୍ଚଶିକ୍ଷା ଆୟୋଗ ଗଠନ କରାଯିବ । ଏଥିପାଇଁ ଆଇନରେ ସଂଶୋଧନ କରାଯିବ । ଆଦିବାସୀ ଅଞ୍ଚଳରେ ୭୫୮ ଏକ୍ସକ୍ଲୁସିଭ ସ୍କୁଲ ନିର୍ମାଣ କରାଯିବ । ଏଥିପାଇଁ ଗୋଟିଏ ବିଦ୍ୟାଳୟରେ ୩୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ତେବେ ଅନୁସୂଚିତ ଜାତି ପାଇଁ ୩୫ ହଜାର କୋଟି ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଏହାଦ୍ୱାରା ୪୦ ନିୟୁତ ଶିକ୍ଷାର୍ଥୀ ଉପକୃତ ହୋଇ ପାରିଛନ୍ତି ।

Share