Categories: ଜାତୀୟ

ବଜେଟ ୨୦୨୧: ସାଧାରଣ ଲୋକଙ୍କ ଉପରେ ପଡିବ ପ୍ରଭାବ, ବଢିପାରେ ମୋବାଇଲ ଦାମ୍‌

ନୂଆଦିଲ୍ଲୀ,୧ ।୨: ମୋବାଇଲ୍ ଫୋନ୍ ପାର୍ଟସ ଏବଂ ଚାର୍ଜର ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ସ୍ଥାନୀୟ ମୂଲ୍ୟ ବୃଦ୍ଧି ପାଇଁ ସରକାର ଏହି ପଦକ୍ଷେ ନେଇଛନ୍ତି । ଏହା ମୋବାଇଲ ଫୋନକୁ ମହଙ୍ଗା କରିପାରେ ବୋଲି କୁହାଯାଉଛି । ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବା ବେଳେ କଷ୍ଟମ୍ସ ଡ୍ୟୁଟିରେ ୪୦୦ଟି ରିହାତିର ସମୀକ୍ଷା କରିବାକୁ ଘୋଷଣା କରିଛନ୍ତି । ଏଥିରେ ମୋବାଇଲ୍ ଡିଭାଇସ୍ ଅନ୍ତର୍ଭୁକ୍ତ । ସୀତାରମଣ କହିଛନ୍ତି ଘରୋଇ ମୂଲ୍ୟ ବୃଦ୍ଧି ପାଇଁ ଆମେ ମୋବାଇଲ୍ ଚାର୍ଜର ଏବଂ କିଛି ଅଂଶ ଉପରେ ରିହାତି ପ୍ରତ୍ୟାହର କରୁଛୁ । ଏହାସହ ମୋବାଇଲର କିଛି ଅଂଶରେ ଆମଦାନୀ ଶୁଳ୍କ ମାଇନସ ୨.୫ ପ୍ରତିଶତ ହେବ । କଷ୍ଟମ ନୀତିର ଉଦ୍ଦେଶ୍ୟ ଘରୋଇ ଉତ୍ପାଦନକୁ ଉତ୍ସାହିତ କରିବା ଓ ଭାରତକୁ ବିଶ୍ୱ ମୂଲ୍ୟ ଶୃଙ୍ଖଳା ସହିତ ଯୋଡିବା । ତେବେ ମହଙ୍ଗା ଚାର୍ଜର ସବୁଠାରୁ ବଡ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ ବୋଲି କୁହାଯାଉଛି । କାରଣ ପୂର୍ବରୁ କିଛି ମୋବାଇଲ୍ କମ୍ପାନୀ ଫୋନ୍ ସହ ଚାର୍ଜର ଦେଉଥିବା ବେଳେ ଏବେ ଏହାକୁ ବନ୍ଦ କରି ଦିଆଯାଇଛି । ଫଳରେ ଲୋକଙ୍କୁ ଅଲଗା ଚାର୍ଜର କିଣିବାକୁ ପଡୁଛି ।

Share