Advertisement

୨୦୨୩ ବଜେଟରେ ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୨: ନରେନ୍ଦ୍ର ମୋଦି ସରକାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଶେଷ ବଜେଟରେ ପୁଣିଥରେ ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି। ଗତ ବର୍ଷ ଏହା ୫.୨୫ ଲକ୍ଷ କୋଟି ଥିବା ବେଳେ ୨୦୨୩ରେ ୫.୯୪ ଲକ୍ଷ କୋଟିର ପ୍ରତିରକ୍ଷା ବଜେଟ ଆବଣ୍ଟନ କରାଯାଇଛି। ଏହି ଟଙ୍କା ସେନାକୁ ଆହୁରି ମଜଭୂତ କରିବା ଲାଗି ବ୍ୟବହୃତ ହେବ।

ତେବେ ପ୍ରତିରକ୍ଷା କ୍ଷେତ୍ର ଲାଗି ବଜେଟ ଆବଣ୍ଟନରେ ଅଗ୍ନିବୀରଙ୍କ ସମ୍ବନ୍ଧରେ ବଡ଼ ଘୋଷଣା କରାଯାଇଛି। ଅଗ୍ନିବୀର କର୍ପସ ପାଣ୍ଠିରୁ ମିଳିବାକୁ ଥିବା ଦେୟ ଟିକସ ଅଧୀନରେ ରହିବ ନାହିଁ। ଅର୍ଥାତ ସେବାରେ ଥିବା ସମୟରେ ଅଗ୍ନିବୀରଙ୍କୁ ମିଳିବାକୁ ଥିବା ଦରମା ଟିକସ ମୁକ୍ତ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share