Budget 2024: ପ୍ରତିମାସରେ ମିଳିବ ୩୦୦ୟୁନିଟ ମାଗଣା ବିଜୁଳି

ନୂଆଦିଲ୍ଲୀ.୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ୨୦୨୪ ଉପସ୍ଥାପନ କରୁଛନ୍ତି। ଏଥିରେ ସେ ନିର୍ବାଚନ ପୂର୍ବରୁ ଥିବା କିଛି ମାସ ପାଇଁ ଆୟବ୍ୟୟର ଅଟକଳ ଘୋଷଣା କରୁଛନ୍ତି।
ଏହି କାମଚଳା ବଜେଟ୍‌ ଉପସ୍ଥାପନବେଳେ ନିର୍ମଳା କହିଛନ୍ତି, ସର୍ଭାଇକାଲ କ୍ୟାନସର ରୋକିବା ପାଇଁ ଉଦ୍ୟମ କରାଯିବ। ଏଥିପାଇଁ ଟୀକାକରଣ ଆରମ୍ଭ ହେବ। କୃଷକଙ୍କ ଆୟ ବୃଦ୍ଧି ପାଇଁ ପ୍ରଚେଷ୍ଟା କରାଯିବ। ମିଶନ ଇନ୍ଦ୍ରଧନୁଷରେ ଟୀକାକରଣ ବୃଦ୍ଧି କରାଯିବ। ନୂଆ ମେଡିକାଲ କଲେଜ ଖୋଲାଯିବ। ଏତିପାଇଁ କମିଟି ଗଠନ କରାଯିବ। ୯ରୁ ୧୪ବର୍ଷର କିଶୋରୀଙ୍କୁ ମାଗଣା ଟୀକାକରଣ କରାଯିବ। ଦେହିପରି ପ୍ରତିମାସରେ ୩୦୦ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯିବ।

Share