ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ ସାକ୍ଷାତାରରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ପରେ ବିଭିନ୍ନ ବର୍ଗର ଲୋକେ ନାନା ପ୍ରକାର ସକାରାତ୍ମକ ଏବଂ ନକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

ଏହାରି ମଧ୍ୟରେ ନିର୍ମଳା ମଧ୍ୟବିତ୍ତ ପରିବାରର ସମସ୍ୟା ଏବଂ ପ୍ରଶ୍ନ ଉପରେ ନିଜର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ”ସରକାର ଦେଶର ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହୁଁଛି, କିନ୍ତୁ ମୋର ମଧ୍ୟ ସୀମା ଅଛି। ମୁଁ ଟିକସ ହାର ହ୍ରାସ କରି ଆଶ୍ବସ୍ତି ଦେବାକୁ ଚାହୁଁଛି, ଏବଂ ସେଥିପାଇଁ ଦରମା ଉପରେ ନିର୍ଭର କରୁଥିବା ଲୋକମାନଙ୍କ ପାଇଁ ମାନକ ରିହାତି ହାର ୫୦,୦୦୦ ରୁ ୭୫,୦୦୦ କୁ ବୃଦ୍ଧି କରାଯାଇଛି। ଟିକସ ହାର ବୃଦ୍ଧି କରି ଉଚ୍ଚ ଆୟ ବର୍ଗର ଟିକସ ଦାୟିତ୍ୱ ମଧ୍ୟ ବଢିଥାଏ। ଟିକସ ହାର ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ନୂତନ ଟିକସ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା ଏବଂ ପୁରୁଣା ଟିକସ ବ୍ୟବସ୍ଥା ତୁଳନାରେ ଟିକସ ହାର କମ୍ ରହିଛି ବୋଲି ନିର୍ମଳା କହିଛନ୍ତି।”

ମଧ୍ୟବିତ୍ତ ପରିବାର ପ୍ରତି ନିଜର ସମବେଦନା ପ୍ରକାଶ କରି ନିର୍ମଳା କହିଛନ୍ତି ‘ମୁଁ ମଧ୍ୟ ମଧ୍ୟବିତ୍ତ ପରିବାରରୁ ଆସିଛି, ତେଣୁ ମୁଁ ସେମାନଙ୍କର କଷ୍ଟ ବୁଝିପାରୁଛି।’

ସେ ଏହାମଧ୍ୟ କହିଛନ୍ତି, ଦେଶରେ ଦ୍ରବ୍ୟ ଏବଂ ସେବା କର(ଜିଏସଟି) ଲାଗୁ ହେବା ପୂର୍ବରୁ ସମସ୍ତ ରାଜ୍ୟ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ସେମାନଙ୍କର ଅଲଗା ଅଲଗା କର ଲାଗୁ କରିଛନ୍ତି। ଫଳରେ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଦର ଦେଖିବାକୁ ମିଳୁଛି। କିନ୍ତୁ ଜିଏସଟି ଲାଗୁ ହେବା ପରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଦରଦାମ୍ ନିୟନ୍ତ୍ରଣରେ ଆସିଛି ଏବଂ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ମିଳିଛି।

ତେବେ ଚଳିତ ବଜେଟରେ ସରକାର ଆୟକର ସ୍ଲାବ୍ ପରିବର୍ତ୍ତନ କରିଛନ୍ତି। ଯାହାଫଳରେ ୧୦ ଲକ୍ଷରୁ କମ୍ ଆୟ କରୁଥିବା ଲୋକମାନଙ୍କୁ ରିହାତି ପ୍ରଦାନ କରିବ। ନୂତନ ଆୟକର ସ୍ଲାବ୍ ଅନୁଯାୟୀ

ତିନି ଲକ୍ଷ ପର‌୍ୟ୍ୟନ୍ତ ଆୟ ଉପରେ କୌଣସି କର ନ ଥିବା ବେଳେ ତିନି ଲକ୍ଷ ଏକ ଟଙ୍କାରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫% କର ବ୍ୟବସ୍ଥା କରାଯାଇଛି ଏବଂ ୭ ଲକ୍ଷ ୧ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୦% କର ବ୍ୟବସ୍ଥା କରାଯାଇଛି। ସେହିଭଳି ୧୦ ଲକ୍ଷରୁ ୧୨ ଲକ୍ଷ ମଧ୍ୟରେ ୧୫%, ୧୨ ଲକ୍ଷରୁ ୧୫ ଲକ୍ଷ ମଧ୍ୟରେ ୨୦% ଏବଂ ୧୫% ରୁ ଉର୍ଦ୍ଧ ଆୟ ପାଇଁ ୩୦% ଆୟକର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri