ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଭାଷଣ ଆରମ୍ଭରେ ଅର୍ଥମନ୍ତ୍ରୀ କହିଛନ୍ତି, ଲଗାତାର ତୃତୀୟ ଥର ପାଇଁ ମୋଦି ସରକାର କ୍ଷମତାକୁ ଆସିଛନ୍ତି। ଭାରତରେ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ହ୍ରାସ ପାଉଛି। ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢୁଛି। ଭାରତରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି। ଏହି ବଜେଟରେ ଗରିବ, ମହିଳା, ଯୁବକ ଏବଂ କୃଷକ ଉପରେ ଧ୍ୟାନ ଦିଆଯାଇଛି। ବଜେଟ ରୋଜଗାର ଏବଂ ଦକ୍ଷତା ଉପରେ ଧ୍ୟାନ ଦେଇଛି।