ନୂଆଦିଲ୍ଲୀ, ୨୩।୭: ମୋଦି ସରକାରଙ୍କ ତୃତୀୟ ପାଳିର ସାଧାରଣ ବଜେଟ ଉପସ୍ଥାପନ ସଂସଦରେ ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଟିଏ ପରେ ଗୋଟିଏ ବିଭାଗ ପାଇଁ ଘୋଷଣା ଜାରି ରଖଛନ୍ତି । ଏହି କ୍ରମରେ ଦେଶରେ ବିକାଶକୁ ଆଗକୁ ନେବାକୁ କେନ୍ଦ୍ର ସରକାର କରିଥିବା ବିକଶିତ ଭାରତ ଯୋଜନାକୁ ନେଇ ଅର୍ଥମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି ।
ଅର୍ଥମନ୍ତ୍ରୀ ବିକଶିତ ଭାରତ ପାଇଁ ୯ ପ୍ରଥମିକତା ଉପରେ ନରନ୍ତର ପ୍ରୟାସ କରାଯାଉଥିବା ନେଇ ଘୋଷଣା କରିଛନ୍ତି । ସେଗୁଡ଼ିକ ହେଲା…
-କୃଷି କ୍ଷେତ୍ରରେ ଉତ୍ପାଦନ ଏବଂ ସମର୍ଥନ
-ରୋଜଗାର ଏବଂ ଦକ୍ଷତା
-ଅନ୍ତର୍ଭୁକ୍ତ ମାନବ ସମ୍ବଳ ବିକାଶ ଏବଂ ସାମାଜିକ ନ୍ୟାୟ
-ଉତ୍ପାଦନ ଏବଂ ସେବାଗୁଡିକ
-ସହରୀ ବିକାଶ
-ଶକ୍ତି ସୁରକ୍ଷା
-ଭିତ୍ତିଭୂମି
-ଉଦ୍ଭାବନ, ଅନୁସନ୍ଧାନ ଏବଂ ବିକାଶ
-ପରବର୍ତ୍ତୀ ପିଢ଼ିର ଉନ୍ନତି