Categories: ବଜେଟ

ମୋଦି ସରକାରଙ୍କ ଘୋଷଣା, ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ, ୨୩।୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ କରୁଛନ୍ତି । ବଜେଟ ସମୟରେ ସେ କର୍କଟ ରୋଗୀଙ୍କ ବିଷୟରେ ଏକ ବଡ ଘୋଷଣା କରିଛନ୍ତି। କର୍କଟ ରୋଗର ଚିକିତ୍ସାରେ ବ୍ୟବହୃତ ତିନିଟି ଔଷଧର କଷ୍ଟମ ଡ୍ୟୁଟି ହ୍ରାସ ହେବ । ଯାହାଫଳରେ ଏହି ଔଷଧର ମୂଲ୍ୟ ହ୍ରାସ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏହା ସିଧାସଳଖ ଲକ୍ଷ ଲକ୍ଷ ରୋଗୀଙ୍କୁ ଉପକୃତ କରିବ । ଏହା ବ୍ୟତୀତ ଏକ୍ସ-ରେ ମେସିନ ସହିତ ଅନେକ ଚିକିତ୍ସା ଉପକରଣ ଉପରେ ରିହାତି ମଧ୍ୟ ଦିଆଯିବ । ଏହା ଲୋକଙ୍କ ଚିକିତ୍ସା କ୍ଷେତ୍ରରେ ସହାୟକ ହେବ ।