Categories: ବଜେଟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ କୋଟି ଘର, ସହରୀ ଆବାସ ପାଇଁ ୧୦ ଲକ୍ଷକୋଟି ଘୋଷଣା

ନୂଆଦିଲ୍ଲୀ, ୨୩।୭: ମୋଦି ସରକାରଙ୍କ ତୃତୀୟ ପାଳିର ସାଧାରଣ ବଜେଟ ଉପସ୍ଥାପନ ସଂସଦରେ ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଟିଏ ପରେ ଗୋଟିଏ ବିଭାଗ ପାଇଁ ଘୋଷଣା ଜାରି ରଖିଛନ୍ତି । ଏହି କ୍ରମରେ ଦେଶର ଗରିବ ନାଗରିକଙ୍କ ପାଇଁ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆଗାମୀ ବର୍ଷରେ ଦେଶରେ ଏହି ଯୋଜନାରେ ୩ କୋଟି ଘର କରାଯିବା ନେଇ ଘୋଷଣା ହୋଇଛି ।

ଅନ୍ୟପଟେ ସହରାଞ୍ଚଳରେ ଆବାସ ପାଇଁ ୧୦ ଲକ୍ଷ କୋଟି ଟଙ୍କା ନିବେଶରେ ୧ କୋଟି ସହରୀ ଗରିବ ଏବଂ ମଧ୍ୟବିତ୍ତ ବର୍ଗର ପରିବାରଙ୍କୁ ଆବଶ୍ୟକୀୟ ବାସଗୃହ ଯୋଗାଇ ଦିଆଯିବ । ୧ କୋଟି ଛାତରେ ସୌର ଉର୍ଜା ଲଗାଇବା ସହ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରାଯ।ଇଛି ।