Categories: ବଜେଟ

ବଜେଟ୍‌ରେ ମହିଳାଙ୍କୁ ଗୁରୁତ଼୍ବ ଦେଲେ ମୋଦି ସରକାର, ଘୋଷଣା କଲେ ୩ ଲକ୍ଷ କୋଟି…

ନୂଆଦିଲ୍ଲୀ, ୨୩।୭: ମୋଦି ସରକାରଙ୍କ ତୃତୀୟ ପାଳିର ସାଧାରଣ ବଜେଟ ଉପସ୍ଥାପନ ସଂସଦରେ ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଟିଏ ପରେ ଗୋଟିଏ ବିଭାଗ ପାଇଁ ଘୋଷଣା ଜାରି ରଖିଛନ୍ତି । ଏହି କ୍ରମରେ ଦେଶରେ ବିକାଶରେ ମହିଳାଙ୍କ ଭୂମିକାକୁ ଗୁରୁତ଼୍ବ ଦେଇଛନ୍ତି ମୋଦି ସରକାର । ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବା ପାଇଁ ଅର୍ଥମନ୍ତ୍ରୀ ୩ ଲକ୍ଷ କୋଟିର ପ୍ରବଧାନ କରିଛନ୍ତି । ଏହା ଫଳରେ ଦେଶର ମହିଳା ସ଼୍ବାବଲମ଼୍ବୀ ହୋଇପାରିବେ ବୋଲି ମୋଦି ସରକାର ଆଶା ରଖିଛନ୍ତି ।