ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ: ଜାଣନ୍ତୁ କ’ଣ ରହିଛି ମୁଖ୍ୟାଂଶ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ସୋମବାର ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗତବର୍ଷ ଅପେକ୍ଷା ଚଳିତବର୍ଷ ବଜେଟର ପରିମାଣ ୧୩ ପ୍ରତିଶତ ବଢ଼ିଛି। ଚଳିତ ବର୍ଷ ମୋଟ ବଜେଟ ପରିମାଣ ୧ ଲକ୍ଷ ୭୦ ହଜାର କୋଟି ରହିଛି। ୧.୭୦ ଲକ୍ଷରୁ ୧, ୨୫, ୬୦୦ କୋଟି ଟିକସ ଓ ଅନୁଦାନରୁ ପ୍ରାପ୍ତି ଲକ୍ଷ୍ୟ ରହିଛି। ଋଣରୁ ପ୍ରାୟ ୪୪ ହଜାର ୪୦୦ କୋଟି ପ୍ରାପ୍ତି ଲକ୍ଷ୍ୟ ରହିଥିବାବେଳେ ନେଟ ଋଣ ପରିମାଣ ୧୮, ୪୬୫ କୋଟି ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେହିପରି କୋଭିଡ଼ ସତ୍ତ୍ୱେ ଚଳିତ ବର୍ଷ ରାଜସ୍ବ ଆୟ ୧୦% ବୃଦ୍ଧି ଆକଳନ କରାଯାଇଛି। କୃଷି ବଜେଟ ପାଇଁ ମୋଟ ୧୭, ୪୬୮ କୋଟି ବ୍ୟୟବରାଦ କରାଯାଇଛି। ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ କରାଯାଇଛି। ଏକାମ୍ର କ୍ଷେତ୍ର ପାଇଁ ୨ଶହ ଓ ସମଲେଇ ପାଇଁ ୨ଶହ କୋଟି ବ୍ୟୟବରାଦ ରହିଛି। ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟବରାଦ କରାଯାଇଛି।
ସେହିପରି ସ୍ବାସ୍ଥ୍ୟସେବା ପାଇଁ ମୋଟ ୯୧୬୪ କୋଟି ବ୍ୟୟବରାଦ କରାଯାଇଥିବାବେଳେ ଶିକ୍ଷା କ୍ଷେତ୍ର ପାଇଁ ମୋଟ ୨୪, ୩୭୦ କୋଟି, ୧ ଟଙ୍କାରେ ଚାଉଳ ଯୋଗାଣ ପାଇଁ ୯୬୯ କୋଟି ବ୍ୟୟବରାଦ କରାଯାଇଛି। ବିପର୍ଯ୍ୟୟ ସହନୀୟ ବିଦ୍ୟୁତ ଯୋଗାଣ ପାଇଁ ୫୦ କୋଟି ଟଙ୍କା। ହାତୀ କରିଡ଼ର ବିଦ୍ୟୁତ ଯୋଗାଣ ପାଇଁ ୧୨୦ କୋଟି। ବିଜୁ ଏକ୍ସପ୍ରେସ ୱେ ପାଇଁ ୧୦୦ କୋଟି ବ୍ୟୟବରାଦ ଯୋଜନା। ବିଜୁ ସେତୁ ଯୋଜନା ପାଇଁ ୯୧୨ କୋଟି ଟଙ୍କା ବ୍ୟୟବରାଦ। ନୂଆ ବିମାନ ବନ୍ଦର ଜମି ଅଧିଗ୍ରହଣ ପାଇଁ ଶହେ କୋଟି। କଟକରେ ବସ ଟର୍ମିନାଲ ପାଇଁ ୧୦୦ କୋଟି ବ୍ୟୟବରାଦ କ। ବରମୁଣ୍ଡା ବସ ଟର୍ମିନାଲ ପାଇଁ ୧୦୦ କୋଟି ବ୍ୟୟବରାଦ। ସାଗର ମାଳା ଯୋଜନାରେ କୋଷ୍ଟାଲ ହାଇୱେ ପାଇଁ ୩୪ କୋଟି ଟଙ୍କା, ଲ୍ୟାଣ୍ଡବ୍ୟାଙ୍କ ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ୪୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

 

Share