Categories: ଜାତୀୟ

ବଜେଟ ଅଧିବେଶନ: କଂଗ୍ରେସ ସମେତ ୧୬ ରାଜନୈତିକ ଦଳ କରିବେ ରାଷ୍ଟ୍ରପତିଙ୍କ ଅଭିଭାଷଣର ବହିଷ୍କାର

ନୂଆଦିଲ୍ଲୀ,୨୮ ।୧: ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମୋଦି ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ଗୁଡିକ ଏକାଠି ହେଲେଣି । କଂଗ୍ରେସ ସମେତ ୧୬ ରାଜନୈତିକ ଦଳ ମିଶି ୨୯ ଫେବୃୟାରୀକୁ ବଜେଟ ଅଧିବେଶନର ପ୍ରଥମ ଦିନ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର କଂଗ୍ରେସର ବରିଷ୍ଟ ତୋ ଗୁଲାମ ନବି ଆଜାଦ ସବୁରାଜନ୍ରେତିକ ଦଳ ପକ୍ଷରୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କେନ୍ଦ ସରକାରଙ୍କ ନୂଆ କୃଷି ଆଇନକୁ ବିରୋଦ କରି ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଏହାକୁ ସମର୍ଥନ ଜଣାଇ ଆମ ଆଦମୀ ପାଟି(ଏଏପି) ନେତା ସଞ୍ଜୟ ସିଂ ମଧ୍ୟ କହିଛନ୍ତି, ଆମେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରୁଛୁ ଓ କରିବୁ । ତେଣୁ ଏଏପି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବ ।

Share