୧୮ରୁ ବିଧାନସଭା ବଜେଟ୍‌ ଅଧିବେଶନ, ୨୨ରେ ବଜେଟ୍‌

ଭୁବନେଶ୍ୱର, ୧।୨(ବ୍ୟୁରୋ): ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ୯ ଯାଏ ଚାଲିବ। ଏଥିସହିତ ଫେବୃଆରୀ ୨୨ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ ହେବ ବୋଲି ସୂଚନା ମିଳିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ଅଭିଭାଷଣ ରଖିବେ। ଚଳିତ ଅଧିବେଶନ ମୋଟ ୩୧ ଦିନ ଚାଲିବ।

Share