Categories: ଜାତୀୟ

ଜାନୁଆରୀ ୩୧ରୁ ବଜେଟ ଅଧିବେଶନ ଆରମ୍ଭ, ଉପସ୍ଥାପିତ ହେବ ୧୭ତମ ଲୋକ ସଭାର ଅନ୍ତିମ ବଜେଟ

ନୂଆଦିଲ୍ଲୀ,୧୨।୧: ସଂସଦର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବ। ଏହା ୧୭ତମ ଲୋକ ସଭାର ଅନ୍ତିମ ବଜେଟ ହେବ। ଏନେଇ ଶୁକ୍ରବାର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଏହି ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ବୋଧନ ଦେବେ। ସେହିଭଳି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିବେ।

ଚଳିତ ବର୍ଷ ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ଜୁନ ୧୬ରେ ଲୋକ ସଭାର କାର୍ଯ୍ୟକାଳ ଶେଷ ହେବ। ଏଣୁ ନିର୍ବାଚନରେ ବିଜେତା ହେବା ସରକାର ପରେ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ। ୨୦୧୯ରେ ମାର୍ଚ୍ଚ ୧୦ରେ ନିର୍ବାଚନ ନେଇ ଘୋଷଣା କରାଯାଇଥିଲା।

Share