ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ, ହ୍ରାସ ପାଇଛି ବେକାରୀ ଅଭିବୃଦ୍ଧି ହାର: ରାଜ୍ୟପାଳ

ଭୁବନେଶ୍ୱର,୫।୨: ଓଡିଶା ରାଜ୍ୟପାଳ ରଘୁବର ଦାସ ସୋମବାର ବିଧାନସଭାରେ ବଜେଟ ଅଧିବେଶନରେ ନିଜର ଅଭିଭାଷଣ ରଖିଛନ୍ତି। ସେଥିରେ ସେ ରାଜ୍ୟର ଅର୍ଥନୀତି ଅଭିବୃଦ୍ଧି ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, କରୋନା ପରେ ରାଜ୍ୟ ଅର୍ଥନୀତି ଦୃତ ଗତିରେ ବୃଦ୍ଧି ପାଇଛି। ଯାହା ୨୦୨୨-୨୩ରେ ରାଜ୍ୟ ଜିଡିପିରେ ଦୃଶ୍ୟମାନ ହୋଇଛି।

ସେ ସମ୍ବୋଧନ କରି ଆହୁରି କହିଛନ୍ତି, ୨୦୧୨-୧୩ରୁ ୨୨ ଫେବୃଆରୀ ୨୦୨୩ ଅବଧି ପର୍ଯ୍ୟନ୍ତ ୨୦୧୧-୧୨ମୂଲ୍ୟର ଅର୍ଥବ୍ୟବସ୍ଥା ୬.୪୭% ବୃଦ୍ଧି ପାଇଛି। ଏହା ରାଷ୍ଟ୍ରୀୟ ବିକାଶ ହାରର ୫.୫୯ଶତକଡା ଅଟେ।

ଏଥିସହ ୨୦୨୨-୨୩ରେ ରାଜ୍ୟରେ ମୁଣ୍ଡପିଛା ଆୟରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି। ମୁଣ୍ଡପିଛା ଆୟ ୧୬.୯% ବୃଦ୍ଧି ପାଇଛି। ୨୦୨୧-୨୨ରେ ଏହା ୧.୨୯ଲକ୍ଷ ଟଙ୍କା ଥିବାବେଳେ ୨୦୨୨-୨୩ରେ ୧.୫୧ଲକ୍ଷରେ ପହଞ୍ଚିଛି। ସେହିପରି ରାଜ୍ୟରେ ବେରୋଜଗାରି ବୃଦ୍ଧି ସଂଖ୍ୟା ୨୦୧୭-୧୮ ଠାରୁ ୭.୧% ହ୍ରାସ ପାଇ ୨୦୧୯-୨୦ରେ ୬.୨%ରେ ପହଞ୍ଚିଛି।

Share