ସମସ୍ତ ବର୍ଗଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ସକ୍ଷମ ହେବ ବଜେଟ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୨.୦ର ଶେଷ ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ସାଧାରଣ ବଜେଟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ରାମ, ଗରିବ ଏବଂ ଚାଷୀଙ୍କୁ ବଜେଟରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସେ କହିଛନ୍ତି ଯେ ଏହି ବଜେଟରେ ମଧ୍ୟବିତ୍ତଙ୍କୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବଜେଟ ଏକ ବିକଶିତ ଭାରତର ସ୍ବପ୍ନକୁ ପୂରଣ କରିବ ।

ବଜେଟରେ ଆମେ ଟେକ୍ନୋଲୋଜି ଉପରେ ବହୁତ ଗୁରୁତ୍ୱ ଦେଇଛୁ। ବଜେଟରେ ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ଦିଆଯାଇଛି। ମହିଳାମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବଜେଟ ମଧ୍ୟ ଅଛି। ଏହି ବଜେଟ ଭାରତର ବିକାଶକୁ ଏକ ନୂତନ ଉତ୍ସାହ ଦେବ। ସେ କହିଛନ୍ତି ଯେ ଏହି ବଜେଟରେ ଏମଏସଏମଇଗୁଡ଼ିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ଏବଂ ଏକ ନୂତନ ଦେୟ ବ୍ୟବସ୍ଥା କରାଯାଇଛି। ମୁଁ ଏହି ବଜେଟ ପାଇଁ ନିର୍ମଳା ସୀତାରମଣଙ୍କୁ ଅଭିନନ୍ଦନ ଜଣାଉଛି। ଏହି ବଜେଟ ସମସ୍ତ ବର୍ଗଙ୍କର ଆଶା ଅକାଂକ୍ଷାକୁ ପୂରଣ କରିବ।

କୋଟି କୋଟି ବିଶ୍ୱକର୍ମା ଏହି ଦେଶର ନିର୍ମାଣକାରୀ। ଶିଳ୍ପୀ, କାରିଗର, ସମସ୍ତେ ଦେଶ ପାଇଁ କଠିନ ପରିଶ୍ରମ କରନ୍ତି। ଏହି ବଜେଟରେ ପ୍ରଥମ ଥର ପାଇଁ ଦେଶ ଅନେକ ପ୍ରୋତ୍ସାହନମୂଳକ ଯୋଜନା ଆଣିଛି। ଏହିପରି ଲୋକଙ୍କ ପାଇଁ ଟେକ୍ନୋଲୋଜି, କ୍ରେଡିଟ ଏବଂ ବଜାର ଯୋଜନା କରାଯାଇଛି। ଗ୍ରାମରେ ରହୁଥିବା ମହିଳାଙ୍କ ଠାରୁ ସହରୀ ମହିଳା ପର୍ଯ୍ୟନ୍ତ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହିପରି ଅନେକ ପଦକ୍ଷେପ ପୂର୍ଣ୍ଣ ଶକ୍ତି ସହିତ ଆଗକୁ ନିଆଯିବ। ଏହା ବ୍ୟତୀତ ମହିଳାମାନଙ୍କର ସ୍ବୟଂ ସହାୟକ ଗୋଷ୍ଠୀ ଭାରତରେ ଏକ ବଡ଼ ସ୍ଥାନ ନେଇଛନ୍ତି। ସେମାନଙ୍କୁ ମଜବୁତ କରିବା ପାଇଁ ବଜେଟରେ ଏକ ନୂତନ ପଦକ୍ଷେପ ନିଆଯାଇଛି। ମହିଳାମାନଙ୍କ ପାଇଁ ଏକ ସୱତନ୍ତ୍ର ବଜେଟ ଯୋଜନା ମଧ୍ୟ ଆରମ୍ଭ କରାଯାଉଛି। ଜନ ଧନ ଆକାଉଣ୍ଟ ପରେ, ଏହି ସ୍ବତନ୍ତ୍ର ସଞ୍ଚୟ ଯୋଜନା ସାଧାରଣ ପରିବାରର ମା ମାନଙ୍କୁ ଏକ ବଡ ଲାଭ ଦେବାକୁ ଯାଉଛି ।

ଭାରତ ସରକାର ସବୁଠାରୁ ବଡ ଖାଦ୍ୟ ସଂରକ୍ଷଣ ଯୋଜନା କରିଛନ୍ତି। ବର୍ତ୍ତମାନ ଆମକୁ କୃଷି କ୍ଷେତ୍ରରେ ଡିଜିଟାଲ ଦେୟର ସଫଳତାକୁ ଅନୁସରଣ କରିବାକୁ ପଡିବ। ତେଣୁ, ଏହି ବଜେଟରେ ଆମେ ଡିଜିଟାଲ କୃଷି ଭିତ୍ତିଭୂମି ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛୁ। ସେ ଆହୁରି ମଧ୍ୟ କହିଛନ୍ତି, ମିଲେଟ ପାଇଁ ଆମେ ଏକ ବଡ ଯୋଜନା ପ୍ରସ୍ତୁତ କରିଛୁ। ଯେତେବେଳେ ଏହା ପ୍ରତ୍ୟେକ ଘରେ ପହଞ୍ଚିବ। ସାରା ବିଶ୍ୱରେ ଲୋକପ୍ରିୟ ହେବ। ସେତେବେଳେ ଭାରତର କୃଷକମାନେ ଏଥିରୁ ଅଧିକ ଲାଭ ପାଇବେ। ସେଥିପାଇଁ ବଜେଟରେ ଏଥିପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ସହିତ ଆମର ଆଦିବାସୀ ଭାଇ ଓ ଭଉଣୀମାନେ ଯେଉଁମାନେ ଚାଷ କରନ୍ତି ସେମାନେ ଏହାର ଲାଭ ପାଇବେ ଏବଂ ଦେଶ ଏହି କ୍ଷେତ୍ରରେ ବିକାଶ ଧାରାକୁ ଆପଣେଇବ।

Share