ପିଲାଦିନରୁ ଆମ ସମସ୍ତଙ୍କୁ ଶିକ୍ଷା ଦିଆଯାଇଛି ଯେ, ସବୁବେଳେ ସାହାଯ୍ୟ କରିବା ମନୋଭାବ ରଖିବା ଉଚିତ୍। ଅସୁବିଧା ଦେଖି ଜଣେ ଚାଲିଯିବା ଠିକ୍ ନୁହେଁ ବରଂ ନିକଟକୁ ଯାଇ ସାହାଯ୍ୟ କରିବା ଦରକାର। ଏବେ ସେମିତି ଏକ ଶିକ୍ଷଣୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ମଇଁଷିଟିଏ ଏକ କଇଁଛର ଜୀବନ ରକ୍ଷା କରୁଥିବା ଦେଖାଯାଇଛି। ମଇଁଷିଟି ଦୀର୍ଘ ସମୟ ଧରି କଇଁଛର କିପରି ଜୀବନ ରକ୍ଷା ହେବ ସେନେଇ ଚେଷ୍ଟା କରିବା ପରେ ଶେଷରେ ବିରକ୍ତ ହୋଇ ତା’ ଶିଙ୍ଘରେ ଉଠାଇ ଦେଇଛି। ଫଳରେ କଇଁଛର ଜୀବନ ରକ୍ଷା ହୋଇଛି।
ଭାଇରାଲ ହୋଇଥିବା ଏହି ଭିଡିଓକୁ ଆଇଏଫ୍ଏସ୍ ଅଧିକାରୀ ସୁଶାନ୍ତ ନନ୍ଦ ଶେୟାର କରିଛନ୍ତି। ଭିଡିଓରେ ସେ କ୍ୟାପଶନରେ ଲେଖିଛନ୍ତି, ‘ସମସ୍ତେ ଦୟାଳୁ ହୁଅନ୍ତୁ … ମଇଁଷି କିପରି କଇଁଛକୁ ସାହାଯ୍ୟ କରୁଛି ଦେଖି କି କିଛି ଶିଖନ୍ତୁ।
ଲୋକମାନେ ଏହି ଭିଡିଓକୁ ବହୁମାତ୍ରାରେ ପସନ୍ଦ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓଟିକୁ ହଜାରରୁ ଅଧିକ ଥର ଦେଖାସରିଲାଣି। ଲୋକମାନେ ଭିଡିଓ ଉପରେ ଅନେକ ମନ୍ତବ୍ୟ ମଧ୍ୟ ଦେଉଛନ୍ତ। ଜଣେ ୟୁଜର ଲେଖିଛନ୍ତି, ଆଜିକାଲି କେବଳ ପଶୁମାନେ ହିଁ ଶିଖିବା ଆବଶ୍ୟକ କରନ୍ତି କାରଣ ମଣିଷ ମାନବିକତା ହରାଇ ସାରିଲାଣି।